ଚଳନ୍ତା ବିମାନ ଡୋର ଖୋଲି ବାହାରକୁ ଆସିଥିଲେ ଯାତ୍ରୀ, ଆଉ ତା’ ପରେ…

ଆମେରିକାରେ ଚଳନ୍ତା ବିମାନ ଡୋର ଖୋଲି ଦୁଇ ଜଣ ହଠାତ୍‌ ବାହାରକୁ ଆସିବା ଘଟଣା ସାମ୍ନାକୁ ଆସିଛି। ଡେଲଟା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ଦୁଇଜଣ ବ୍ୟକ୍ତି ସ୍ଲାଇଡରରୁ ବାହାରି ଆସିଥିଲେ। ସୋମବାର ନ୍ୟୁୟର୍କରୁ ଆଟଲାଣ୍ଟା ଅଭିମୁଖେ ଉଡ଼ୁଥିବା ଏକ ବିମାନରେ ଏହି ଘଟଣା ଘଟିଛି। ୩୧ ବର୍ଷିୟ ଆଣ୍ଟୋନିଓ ମର୍ଡକ ଏବଂ ୨୩ ବର୍ଷିୟ ବ୍ରିଆନା ଗ୍ରେସୋଙ୍କ ସହ ଏକ କୁକୁର ମଧ୍ୟ ବିମାନରୁ ଓହ୍ଲାଇଥିଲା। ପୋଲିସ ଉଭୟ ଯାତ୍ରୀଙ୍କୁ ଗିରଫ କରିଛି।
ଉଭୟ ଯାତ୍ରୀ ଫ୍ଲୋରିଡାର ଜରୁରୀକାଳୀନ ଫାଟକ ଖୋଲିବା ପୂର୍ବରୁ ବିମାନରେ ଅନେକ ଥର ସିଟ୍‌ ଅଦଳବଦଳ କରିଥିଲେ। ଏହି ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ବିମାନରୁ ପଠାଯାଇଥିଲା। ଜରୁରୀକାଳୀନ ଫାଟକ ଖୋଲି ବିପଦ ସୃଷ୍ଟି କରୁଥିବା ଅପରାଧିକ କାର୍ଯ୍ୟକଳାପ ପାଇଁ ପୋଲିସ ସେମାନଙ୍କ ଉପରେ ଅଭିଯୋଗ କରିିଛି। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲେ ସୁଦ୍ଧା ତଦନ୍ତ ଚାଲିଛି।

Share