ଆଉ ମାସ ମାସ ନୁହେଁ , ୪ ଦିନରେ ପାସ୍‌ପୋର୍ଟ ଭେରିଫିକେଶନ

କଟକ ଅଫିସ,୩ା୧୦: ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ଏଣିକି ଆଉ ଲୋକମାନଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବନି। ଏବେ ଆବେଦନର ୪ ଦିନ ଭିତରେ ପାସ୍‌ପୋର୍ଟ ଭେରିଫିକେଶନ ହୋଇଯାଉଛି ବୋଲି ଡିଜିପି ଅଭୟ କହିଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ ତତ୍କାଳ ପାସ୍‌ପୋର୍ଟ ଭେରିଫିକେଶନ ହେଉଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ସାମିଲ ହୋଇପାରିଛି। ୨୦୨୧ରେ ପାସ୍‌ପୋର୍ଟ ଭେରିଫିକେଶନ ୫-ଟି ଅଧୀନକୁ ଆଣି ଆବେଦନକାରୀଙ୍କୁ ତତ୍କାଳ ସୁବିଧା ଉପଲବ୍ଧ କରାଇବୁ ବୋଲି ନିଷ୍ପତ୍ତି ନେଲୁ। ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ସବୁଥାନାକୁ ଗୋଟିଏ ଲେଖାଏ ଟାବ୍‌ଲେଟ୍‌ ଦିଆଗଲା। ସେଥିରେ ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ଆପ୍‌ ଇନ୍‌ଷ୍ଟଲ କରାଗଲା। ଚଳିତବର୍ଷ ଏହି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ କରାଯାଇଛି। ଅଗଷ୍ଟରେ ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ୬ ଦିନ ଲାଗୁଥିବାବେଳେ ସେପ୍ଟେମ୍ବରରେ ୪ ଦିନ ମଧ୍ୟରେ ଏହି କାମ ହୋଇଯାଉଛି। ୨୦୧୭ରେ ପାସ୍‌ପୋର୍ଟ ଭେରିଫିକେଶନ ପାଇଁ ୯୯ ଦିନ ଲାଗୁଥିବାବେଳେ ଏବେ ଏହା କମି ୪ ଦିନରେ ପହଞ୍ଚିଛି। କମ୍‌ ସମୟରେ ପାସ୍‌ପୋର୍ଟ ଭେରିଫିକେଶନରେ ମୁଖ୍ୟ ଭୂମିକା ନେଉଥିବା ସମସ୍ତ ଜିଲାର ଏସ୍‌ପି, ଥାନା ଇନ୍ସପେକ୍ଟର ଏବଂ ସ୍ପେଶାଲ ବ୍ରାଞ୍ଚର ଅଧିକାରୀମାନଙ୍କ କାର୍ଯ୍ୟକୁ ଡିଜିପି ପ୍ରଶଂସା କରିଛନ୍ତି।

Share