Categories: ଜାତୀୟ

ହାଜିପୁର ଆସନ ମୋ ପାଖରୁ କେହି ନେଇ ପାରିବେ ନାହିଁ: ପଶୁପତି

ପାଟନା,୨୩।୭: ଅଗାମୀ ଲୋକସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଆଗାମୀ ନିର୍ବାଚନ ଉଭୟ ମେଣ୍ଟରେ କଡା ଟକ୍କର ହେବାକୁ ଯାଉଛି। ତେବେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରଶ ବିହାରର ହାଜିପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି।

ପାରଶ ରାଷ୍ଟ୍ରିୟ ଲୋକ ଜନଶକ୍ତି ପାର୍ଟିର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଭାଜପା ନେତୃତ୍ୱାଧୀନ ଏନଡିଏ ଏହି ଆସନରେ ତାଙ୍କ ଦାବିକୁ ସମର୍ଥନ କରିବ କିନ୍ତୁ ଚିରାଗ ପାଶଓ୍ବାନଙ୍କ ସମର୍ଥନ କରିବେ ନାହିଁ କାରଣ ସେ ଏପର୍ଯ୍ୟନ୍ତ ମେଣ୍ଟର ଅଂଶ ହୋଇ ନାହାନ୍ତି।

Share