ଟି-୨୦ ବିଶ୍ପକପ୍‌ରେ ଇତିହାସ ରଚିଲେ ପ୍ୟାଟ୍‌ କମିନ୍ସ

ନୂଆଦିଲ୍ଲୀ, ୨୩।୬: ଟି-୨୦ ବିଶ଼୍ବକପ୍‌ରେ ଅଷ୍ଟ୍ରେଲିଆ ବୋଲର ପ୍ୟାଟ୍‌ କମିନ୍ସ ଇତିହାସ ରଚିଛନ୍ତି। ପ୍ରଥମ ବୋଲର ଭାବେ ସେ ବ୍ୟାକ୍‌ ଟୁ ବ୍ୟାକ୍‌ ବା ପଛକୁ ପଛ ଲଗାତାର ହ୍ୟାଟ୍ରିକ୍‌ ନେଇ ରେକର୍ଡ କରିଛନ୍ତି । ଟି-୨୦ ବିଶ଼୍ବକପ୍‌ର ସୁପର ୮ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ହ୍ୟାଟ୍ରିକ୍‌ ନେବା ପରେ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ହ୍ୟାଟ୍ରିକ୍‌ ନେଇଛନ୍ତି କମିନ୍ସ । ଏହା ପ୍ୟାଟ୍‌ କମିନ୍ସଙ୍କ ଟି-୨୦ କ୍ୟାରିୟରରେ ଦ଼୍ବିତୀୟ ହ୍ୟାଟ୍ରିକ୍‌ ହୋଇଥିବା ବେଳେ ଟି-୨୦ ବିଶ଼୍ବକପ୍‌ ଇତିହାସରେ ଅଷ୍ଟମ ହ୍ୟାଟ୍ରିକ୍‌ ।

ପ୍ୟାଟ କମିନ୍ସଙ୍କ ଉଭୟ ମ୍ୟାଚ୍‌ରେ ସମାନ ଢଙ୍ଗରେ ଏହି ହ୍ୟାଟ୍ରିକ୍‌ ନେଇଛନ୍ତି । ବାଂଲାଦେଶ ବିପକ୍ଷରେ ସେ ଦୁଇଟି ଓଭରରେ ହ୍ୟାଟ୍ରିକ ପୂରଣ କରିଥିଲେ ଏବଂ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା। ଏପରିକି ବାଂଲାଦେଶ ବିପକ୍ଷରେ ସେ ୧୮ ତମ ଓଭରରେ ହ୍ୟାଟ୍ରିକ ନେଇଥିଲେ । ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସମାନ ଢଙ୍ଗରେ ସେ ୧୮ ତମ ଓଭରରେ ନିଜର ହ୍ୟାଟ୍ରିକ ନେଇଛନ୍ତି ।

ସୂଚନା ଥାଉକି ଆଫଗାନିସ୍ତାନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି ା ଦଳ ପକ୍ଷରୁ ପ୍ରଥମେ ବ୍ୟାଟିଂ କରି ରହମାନୁଲ୍ଲା ଗୁରୁବାଜ ଏବଂ ଇବ୍ରାହିମ ଜାଦରାନଙ୍କ ୫୦ ରନ୍‌ ସହାୟତାରେ ଦଳ ୬ ୱିକେଟରେ୧୪୮ରନ ସଂଗ୍ରହ କରିଥିଲା। ଏହି ରନ୍‌ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ଖରାପ ସ୍ଥିତିକୁ ଚାଲି ଆସିଥିଲା ଏବଂ ୧୨୭ ରନରେ ଅଲଆଉଟ ହୋଇଥିଲା।

 

Share