Categories: ଖେଳ

ଅଷ୍ଟ୍ରେଲୀୟ ଅଧିନାୟକ ପାଟ କୁମିନ୍ସଙ୍କ ମା’ଙ୍କ ପରଲୋକ

ସିଡନୀ,୧୦।୩: ଅଷ୍ଟ୍ରେଲୀୟ ଦଳର ନିୟମିତ ଅଧିନାୟକ ପାଟ କୁମିନ୍ସଙ୍କ ମା’ ମାରିଆ କୁମିନ୍ସଙ୍କ ଦେହାନ୍ତ ହୋଇଛି। ମାରିଆ ଦୀର୍ଘ ଦିନ ଧରି କ୍ୟାନ୍‌ସର୍‌ ସହ ସହ ଲଢୁଥିଲେ। ଭାରତ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫିରେ ପ୍ୟାଟ କୁମିନ୍ସ ଦଳର ଅଧିନାୟକ ଥିଲେ। କିନ୍ତୁ ଦ୍ୱିତୀୟ ଟେଷ୍ଟ ପରେ ତାଙ୍କ ମା’ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ପରେ ତାଙ୍କୁ ଏହି ଟେଷ୍ଟ ସିରିଜ ମଝିରେ ଛାଡି ଘରକୁ ଫେରିବାକୁ ପଡିଲା।
ପାଟ କମିନ୍ସଙ୍କ ମା’ଙ୍କ ମୃତ୍ୟୁ ସମ୍ପର୍କରେ କ୍ରିକେଟ ଅଷ୍ଟ୍ରେଲିଆ ସୂଚନା ଦେଇଛି। କ୍ରିକେଟ ଅଷ୍ଟ୍ରେଲିଆ ଲେଖିଛି ଯେ, ଗତକାଲି ବିଳମ୍ବିତ ରାତିରେ ମାରିଆ କମିନ୍ସଙ୍କ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ ଆମେ କୁମିନ୍ସ ପରିବାର ଏବଂ ସେମାନଙ୍କ ସାଙ୍ଗମାନଙ୍କ ପ୍ରତି ହୃଦୟରୁ ସମବେଦନା ଜଣାଉଛୁ। ଅଷ୍ଟ୍ରେଲୀୟ ପୁରୁଷ ଦଳ ଆଜି ତାଙ୍କ ସମ୍ମାନାର୍ଥେ କଳା ପଟି ପିନ୍ଧି ଖେଳୁଛନ୍ତି।

Share