ଦୁବାଇ,୧୯।୧୨: ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଏହା ସହିତ ଆଇପିଏଲ୍ ଇତିହାସରେ ପ୍ୟାଟ୍ କମିନ୍ସ ମହଙ୍ଗା ଖେଳାଳି ହୋଇଛନ୍ତି। କମିନ୍ସଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟ ସଂଘର୍ଷ କରିଥିଲା, କିନ୍ତୁ ଶେଷରେ ସନରାଇଜର୍ସ ବାଜି ମାରି ନେଇଥିଲା।
THE BIGGEST IPL BID EVER 😱
HISTORY CREATED here at the #IPLAuction
Australia's World Cup winning captain Pat Cummins is SOLD to @SunRisers for a HISTORIC INR 20.5 Crore 💰💰💰💰#IPL pic.twitter.com/bpHJjfKwED
— IndianPremierLeague (@IPL) December 19, 2023
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ସର୍ବାଧିକ ୨୦.୫୦ କୋଟି ଟଙ୍କା ନେଇ ସନରାଇଜର୍ସ ହାଇଦ୍ରାବାଦ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଛି। ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ଏହାର ଅଫିସିଆଲ୍ ଆକାଉଣ୍ଟ ଏକ୍ସରେ ପ୍ୟାଟ୍ କମିନ୍ସଙ୍କ ଭିଡିଓ ପୋଷ୍ଟ କରିଛି। ପୂର୍ବରୁ, ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ସାମ କୁରାନ୍ ଥିଲେ, ଯିଏ କି ୨୦୨୩ ନିଲାମୀରେ ୧୮.୫୦ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍ କିଣିଥିଲେ।
𝑻𝒉𝒊𝒔 𝒍𝒊𝒕𝒕𝒍𝒆 PAT 𝒐𝒇 𝒍𝒊𝒇𝒆 𝒊𝒔 𝒄𝒂𝒍𝒍𝒆𝒅 𝑯𝒂𝒑𝒑𝒊𝒏𝒆𝒔𝒔 🧡
Welcome, Cummins! 🫡#HereWeGOrange pic.twitter.com/qSLh5nDbLM
— SunRisers Hyderabad (@SunRisers) December 19, 2023