Categories: ଖେଳ

ଆଇପିଏଲ୍ ଇତିହାସରେ ମହଙ୍ଗା ଖେଳାଳି ପ୍ୟାଟ୍ କମିନ୍ସ ,ଏତିକି ଟଙ୍କା ଦେଇ କିଣିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ,୧୯।୧୨: ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଏହା ସହିତ ଆଇପିଏଲ୍ ଇତିହାସରେ ପ୍ୟାଟ୍ କମିନ୍ସ  ମହଙ୍ଗା ଖେଳାଳି ହୋଇଛନ୍ତି। କମିନ୍ସଙ୍କୁ କିଣିବା ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ମଧ୍ୟ ସଂଘର୍ଷ କରିଥିଲା, କିନ୍ତୁ ଶେଷରେ ସନରାଇଜର୍ସ ବାଜି ମାରି ନେଇଥିଲା।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ସର୍ବାଧିକ ୨୦.୫୦ କୋଟି ଟଙ୍କା ନେଇ ସନରାଇଜର୍ସ ହାଇଦ୍ରାବାଦ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଛି। ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ଏହାର ଅଫିସିଆଲ୍ ଆକାଉଣ୍ଟ ଏକ୍ସରେ ପ୍ୟାଟ୍ କମିନ୍ସଙ୍କ ଭିଡିଓ ପୋଷ୍ଟ କରିଛି। ପୂର୍ବରୁ, ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ସାମ କୁରାନ୍ ଥିଲେ, ଯିଏ କି ୨୦୨୩ ନିଲାମୀରେ ୧୮.୫୦ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ୍ କିଣିଥିଲେ।

Share