Categories: ଖେଳ

ହାତକୁ ଦି’ହାତ ହେଲେ ଏହି କ୍ରିକେଟର୍‌

ସିଡନୀ,୨।୮:ଅଷ୍ଟ୍ରେଲୀୟ ଟେଷ୍ଟ ଦଳର ଅଧିନାୟକ ପ୍ୟାଟ କୁମିନ୍ସ ଦୀର୍ଘ ଦିନରେ ପ୍ରେମିକା ବେକି ବୋଷ୍ଟନଙ୍କୁ ବିବାହ କରିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି କୁମିନ୍ସ ଏହି ସୂଚନା ଦେଇଛନ୍ତି। ଫଟୋ ଶେୟାର କରି ସେ ‘ଜଷ୍ଟ ମ୍ୟାରେଡ୍‌’ ଲେଖିଥିଲେ। କୁମିନ୍ସଙ୍କୁ ଅନେକ ସାଥୀ କ୍ରିକେଟର୍‌ ନୂତନ ଇନିଂସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ବିବାହ ପୂର୍ବରୁ କମିନ୍ସ ଏବଂ ବେକି ବୋଷ୍ଟନ ନଅ ମାସ ପୂର୍ବେ ଏକ ଶିଶୁପୁତ୍ର ଆଲବିଙ୍କ ମାତାପିତା ହୋଇଥିଲେ।
କୁମିନ୍ସଙ୍କୁ ଶ୍ରୀଲଙ୍କା ବିପକ୍ଷ ଦୁଇ ଟେଷ୍ଟ ସିରିଜରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଟେଷ୍ଟରେ ପ୍ୟାଟ କୁମିନ୍ସ ଏକ ନମ୍ବର ବୋଲର ଅଟନ୍ତି। ଏଥି ସହିତ କମିନ୍ସ ଟେଷ୍ଟରେ ଅଲରାଉଣ୍ଡର ମାନ୍ୟତାରେ ସପ୍ତମ ସ୍ଥାନରେ ଅଛନ୍ତି। ସେ ୱେଷ୍ଟଇଣ୍ଡିଜ କାଇଲ ମେୟର ଏବଂ ନ୍ୟୁଜିଲାଣ୍ଡର କଲିନ ଡି ଗ୍ରାଣ୍ଡହୋମେ ଏବଂ କାଇଲ ଜାମିସନଙ୍କଠାରୁ ଆଗରେ ଅଛନ୍ତି। କୁମିନ୍ସ ଅଷ୍ଟ୍ରେଲିଆକୁ ତାଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ଆଶେସ ସିରିଜ ବିଜୟ ଦେଇଥିଲେ।

Share