Categories: ଖେଳ

କେକେଆର୍‌କୁ ଝଟ୍‌କା: ଆଇପିଏଲ୍‌ ୨୦୨୩ରେ ଖେଳିବାକୁ ମନା କରିଦେଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ମେଲବୋର୍ନ,୧୫।୧୧: ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ୍‌ କମିନ୍ସ। ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା ମଙ୍ଗଳବାର ସମସ୍ତଙ୍କୁ ଜଣାଇଛନ୍ତି।
କମିନ୍ସ ଟୁଇଟ୍‌ କରି କହିଛନ୍ତି, ମୁଁ ଆସନ୍ତା ବର୍ଷ ଆଇପିଏଲ୍‌ ନ ଖେଳିବାର କଠିନ ନିଷ୍ପତ୍ତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ଏବଂ ଆସନ୍ତା ୧୨ ମାସରେ ଅନେକ ଟେଷ୍ଟ ଏବଂ ଦିନିକିଆ ଖେଳାଯିବ। ମୁଁ ବିଶ୍ୱକପ୍‌ ଏବଂ ଆଶେସ୍‌ ସିରିଜ ପୂର୍ବରୁ ବିଶ୍ରାମ ନେବି। ପରିସ୍ଥିିତିକୁ ବୁଝିଥିବାରୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ଧନ୍ୟବାଦ। ଏତେ ଭଲ ଟିମ୍‌ ଅଟେ। ଆଶା କରୁଛି ଶୀଘ୍ର ଫେରିବି ।

ପ୍ରକାଶ ଯେ, ୨୦୧୫ରେ ଆଇପିଏଲ୍‌ ଡେବ୍ୟୁ କରିଥିଲେ କମିନ୍ସ। ସେ ଟୁର୍ନାମେଣ୍ଟରେ ଏଯାବତ ୪୨ ମ୍ୟାଚ୍‌ ଖେଳିଛନ୍ତି। ଗତ ସିଜିନରେ ସେ ୫ ମ୍ୟାଚ୍‌ରେ ୧୦ ରନ୍‌ କରିଥିଲେ। ଏହାଛଡ଼ା ୭ ଉଇକେଟ ନେଇଥିଲେ।

Share