ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼, ୧୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ସମ୍ପନ୍ନ ହୋଇଛି। ପ୍ରଥମେ ଗାଁରୁ ବିଭିନ୍ନ ପ୍ରକାର ଶସ୍ୟ ସଂଗ୍ରହ କରି ନୂଆଁ ବାଉଁଶରେ ୭ଟି ଚାଙ୍ଗୁଡ଼ିରେ ନିକଟସ୍ଥ ନଦୀରୁ ବାଲି କଢାଯାଇଥିଲା। ପରେ ଗାଁରୁ ସଂଗୃହିତ ବିହନକୁ ଗଜା ହେବାପାଇଁ ବାଲି ଚାଙ୍ଗୁଡ଼ିରେ ପକାଯାଇଥିଲା। ସେହି ବାଲି ଗଜାକୁ ସାତଦିନ ପର୍ଯ୍ୟନ୍ତ ମନ୍ଦିର ପୂଜକ ପୂଜାର୍ଚ୍ଚନା କରିଥିଲେ ଓ ନିକଟସ୍ଥ ତାଦିଶୋରୁ ଜଙ୍ଗଲକୁ ଯାଇ ବେଲକଣ୍ଟା ଆଣି ପୂଜକମାନେ ଝାମେର ଦୋଳି ପ୍ରସ୍ତୁତ କରିଥିଲେ। ଯାତ୍ରା ଦିନ ବେଲକଣ୍ଟା ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ପାଟଖଣ୍ଡା ବୁଢାରଜା କାଳେସୀ ରଡ ନିଆଁ ଉପରେ ଚାଲିବା ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଥିଲା। ଏହି ସମୟରେ ବାଜା, ଘୁମୁରା ଓ କୀର୍ତ୍ତନର ଶବ୍ଦ ଗୁଞ୍ଜରି ଉଠୁଥିଲା। ଯାତ୍ରା ସରିଲା ପରେ ମାନସିକ କରିଥିବା ଲୋକଙ୍କ ଦ୍ୱାରା କୁକୁଡା, ପାରା, ବତକ, ଛେଳି ଆଦି ବଳି ଦିଆଯାଇଥିଲା। ମୁଖ୍ୟ ପୂଜକ ବାନ ମାଝୀ, ଉଆଁସୁ ହରିଜନ, ବାହୁକ ବିଟୁ ମାଝୀ, ବୁଡାରଜା ସାଂସ୍କୃତିକ ଅନୁଷ୍ଠାନ ସଦସ୍ୟ ରାମଚନ୍ଦ୍ର ମାଝୀ, ବିଜୟ ମାଝୀ, ପ୍ରଦୀପ ମାଝୀ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି।...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ସମବାୟ ସମିତି ବୋର୍ଡ ସଦସ୍ୟଙ୍କ ଆମରଣ ଅନଶନ: ଦାବି ଶୁଣୁନି ପ୍ରଶାସନ

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି...

ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image