Categories: ଜାତୀୟ

ଚାକିରି ଦେବ ପତଞ୍ଜଳି !

ନୂଆଦିଲ୍ଲୀ,୫।୭: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ(ସିଆର୍‌ପିଏଫ୍‌)ର ଶହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଦେବ ବୋଲି ଜଣାପଡିଛି। ଏମାନଙ୍କୁ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଛି। ତେବେ ପତଞ୍ଜଳିର ଟେକ୍ନିକାଲ, ସିକ୍ୟୁରିଟି, ଇଲେକ୍ଟ୍ରିକାଲ ୟୁନିଟ, ମେଡିସିନ୍‌, ଟ୍ରାନ୍ସପୋର୍ଟ, ମାର୍କେଟ ଯେ କୌଣସି ବିଭାଗରେ ଚାହିଁଲେ ଯୋଗ୍ୟତା ଅନୁଯାୟୀ ଆବେଦନ କରିପାରିବେ। ଏମାନେ ସିଆର୍‌ପିଏଫ୍‌ ଡିଆଇଜି(ଓ୍ବେଲଫେୟାର)ଙ୍କ ଇ-ମେଲରେ ଆବେଦନ କରିପାରିବେ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ବାବା ରାମଦେବ ସିଆର୍‌ପିଏଫ୍‌ର ସୁରକ୍ଷାରେ ରହିଛନ୍ତି। ସିଆର୍‌ପିଏଫ୍‌ର ଜଣେ ଅଧିକାରୀ କହିଛନ୍ତି ପତଞ୍ଜଳି ଆୟୁର୍ବେଦ ଏବେ ଶହୀଦଙ୍କ ପରିବାରକୁ ରୋଜଗାର କ୍ଷମ କରାଇବାକୁ ଅଣ୍ଟା ଭିଡିଛି। ୧୫ ଜୁଲାଇ ମଧ୍ୟରେ ସମସ୍ତ ଆବେଦନକାରୀ ସେମାନଙ୍କ ଆବେଦନ ପଠାଇ ଦେବାକୁ କୁହାଯାଇଛି। ସମସ୍ତ ଚୟନ ପ୍ରକ୍ରିୟା ସରିବା ପରେ ପତଞ୍ଜଳି ପକ୍ଷରୁ ଏ ସମ୍ପର୍କରେ ସିଆର୍‌ପିଏଫ୍‌ ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଦିଆଯିବ।

Share