Categories: ବାଣିଜ୍ୟ

ଶ୍ୱେତ କୁଷ୍ଠ ଦୂର କରୁଛି ପତଞ୍ଜଳି ‘ମେଲାନୋଗ୍ରାଇଟ’

ଭୁବନେଶ୍ୱର,୮।୨(ଅନୁରାଧା ମହାରଣା): ବ୍ରିଟେନର ବାୟୋକେମିକାଲ ସୋସାଇଟି ଦ୍ୱାରା ପ୍ରକାଶିତ ପ୍ରତିଷ୍ଠତ ଜର୍ଣ୍ଣାଲ ବାୟୋ ସାଇନ୍ସ ରିପୋର୍ଟର କଭର ପେଜରେ ପତଞ୍ଜଳି ଗବେଷଣା ସଂସ୍ଥା ଦ୍ୱାରା ବିକଶିତ ମେଲାନୋଗ୍ରାଇଟ ଔଷଧ ସମ୍ପର୍କରେ ଲେଖା ପ୍ରକାଶ ପାଇଛି। ପତଞ୍ଜଳି ଯୋଗପୀଠର ଆଚାର୍ଯ୍ୟ ବାଲକ୍ରିଷ୍ଣା ଏ ଅବସରରେ କହିଛନ୍ତି ଯେ ଶ୍ୱେତକୁଷ୍ଠ ଉପରେ ପ୍ରଥମଥର ପାଇଁ ଆୟୁର୍ବେଦରେ ଏପରି ଗବେଷଣା କରାଯାଇଛି। ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କୁ ସେ ଏହାର ଶ୍ରେୟ ଦେଇଛନ୍ତି। ମେଲାନୋଗ୍ରାଇଟ୍‌ ଚର୍ମର ଧଳାଦାଗକୁ ଦୂର କରିବାରେ ବେଶ୍‌ ସହାୟକ ହୋଇପାରିଛି। ଭାରତୀୟ ପରମ୍ପରାରେ ଥିବା ଅସୀମିତ ଜ୍ଞାନ, ବିଜ୍ଞାନ ଓ ଗବେଷଣାର ବିଜୟ ହୋଇଛି। ଭାରତ ପ୍ରାଚୀ କାଳରେ ଏସବୁକ୍ଷେତ୍ରରେ ବିଶ୍ୱଗୁରୁ ଥିଲା ଆଗକୁ ମଧ୍ୟ ବିଶ୍ୱଗୁରୁ ହୋଇରହିବ ବୋଲି ସେ କହିଛନ୍ତି।

Share