Categories: ବାଣିଜ୍ୟ

ଓମିକ୍ରନ୍‌ ଜେଏନ୍‌-୧ ଉପରେ ଗବେଷଣା କରିବ ପତଞ୍ଜଳି

ଭୁବନେଶ୍ୱର,୧୯।୧(ଅନୁରାଧା ମହାରଣା): କରୋନା ମହାମାରୀ ସମୟରେ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନର ବୈଜ୍ଞାନିକମାନେ ବ୍ୟାପକ ଗବେଷଣା ପୂର୍ବକ କରୋନିଲ ଆବିଷ୍କାରକରି ଚିକିତ୍ସା ଓ ସ୍ବାସ୍ଥ୍ୟସେବାରେ ଆୟୁର୍ବେଦର ସଫଳତାକୁ ପ୍ରଦର୍ଶିତ କରିଥିଲେ। ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଉପରେ ଗବେଷଣା କରିବାକୁ ଚାଇନାର ସାଇନୋ ବାୟୋଲୋଜିକାଲ ଲାବ୍‌ରୁ ସ୍ପାଇକ୍‌ ପ୍ରୋଟିନ୍‌ ମଗାଯାଇଛି। ଏହ ଉପରେ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକମାନେ ଗବେଷଣା କରିବେ। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଜେଏନ୍‌.-୧ ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ଚିକିତ୍ସା କ୍ଷେତ୍ରରେ ନିଜର ଗବେଷଣା କାର୍ଯ୍ୟକୁ ଆଗକୁ ବଢ଼ାଇବା କ୍ରମରେ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ଦ୍ବାରା ସାଇନୋ ବାୟୋଲୋଜିକାଲ ଲାବ୍‌ରୁ ମଗାଯାଇଥିବା ସ୍ପାଇକ୍‌ ପ୍ରୋଟିନ୍‌ ଉପରେ ନୂତନ ଗବେଷଣା ଆରମ୍ଭ କରାଯାଇଛି। ଏହି ଅବସରରେ ପତଞ୍ଜଳି ଯୋଗପୀଠର ମହାସଚିବ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି, କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା ଏବଂ ଜନସାଧାରଣଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଥିଲା। ଏବେ ଜେଏନ୍‌.-୧ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି ଭୂତାଣ ଦ୍ୱାରା ହେଉଥିବା ରୋଗର ଚିକିତ୍ସା ପାଇଁ ଗବେଷଣା କରିବାକୁ ସ୍ପାଇକ୍‌ ପ୍ରୋଟିନ୍‌ର ଆବଶ୍ୟକତା ରହିଛି। ପତଞ୍ଜଳି କିଭଳି ଆୟୁର୍ବେଦିକ ଔଷଧ ଉପରେ ଗବେଷଣା କରି ତାହାର ପ୍ରସ୍ତୁତି କରୁଛି ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନର ଯେଉଁ ମାନକ ତଥା ପାରାମିଟର୍ସ ରହିଛି ସେ ସମ୍ପର୍କରେ ସମଗ୍ର ବିଶ୍ୱକୁ ପତଞ୍ଜଳି ଅବଗତ କରାଇବାକୁ ଚାହିଁଛି। ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନର ପ୍ରମୁଖ ବୈଜ୍ଞାନିକ ଡା. ଅନୁରାଗ କହିଛନ୍ତି, ଓମିକ୍ରନ୍‌ ଜେଏନ୍‌.-୧ ଭୂତାଣରୁ ସ୍ପାଇକ୍‌ ପ୍ରୋଟିନ୍‌ ଉପରେ କରୋନିଲର ପ୍ରୟୋଗ ଦ୍ବାରା ସଂକ୍ରମଣ ନିୟନ୍ତ୍ରଣ ସମ୍ପର୍କରେ ଟ୍ରାଏଲ କରାଯିବ। ଏହାର ପରିଣାମ ଭୂତାଣୁ ନିୟନ୍ତ୍ରଣ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି।

Share