Categories: ବଜେଟ

‘ଆଇଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ପତଞ୍ଜଳି’

ଭୁବନେଶ୍ୱର,୯।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଆଇଟି (ଇନ୍‌ଫରମେଶନ ଟେକ୍ନୋଲୋଜି ବା ଆଇଟି) କମ୍ପାନୀ ଭରୁୱା ସଲ୍ୟୁଶନ ଅଧୀନରେ ଆୟୋଜିତ ‘ବୃତ୍ତିଗତ ବିକାଶ/କୋର ସ୍କିଲ୍‌ ପାଇଁ କର୍ପୋରେଟ୍‌ ଟ୍ରେନିଂ’ଶୀର୍ଷକ ବିଷୟବସ୍ତୁ ଉପରେ ୩ ଦିନିଆ ଆଇଟି କର୍ମଶାଳା ପତଞ୍ଜଳି ବିଶ୍ୱବିଦ୍ୟାଳୟ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଯୋଗଦେଇ ପତଞ୍ଜଳି ଯୋଗପୀଠର ପ୍ରତିଷ୍ଠାତା ତଥା ଯୋଗୀଋଷି ସ୍ବାମୀ ରାମଦେବ କହିଛନ୍ତି, ସମସ୍ତ ଆଇଟି କ୍ଷେତ୍ର ସମସ୍ୟାର ସମାଧାନ ଭରୁୱା ସଲ୍ୟୁଶନର ଉତ୍ପାଦରେ ରହିଛି। ଏପରିକି ପତଞ୍ଜଳିର ଆଇଟି ଆର୍ମ ଭରୁୱା ସଲ୍ୟୁଶନ ପତଞ୍ଜଳି ସମେତ ଅନେକ କମ୍ପାନୀରେ ତା’ର ଆଇଟି ପାରଦର୍ଶିତା ପ୍ରଦର୍ଶନ କରିଛି। ସମ୍ପ୍ରତି ଭରୁୱା ଆଇଟି ଇଣ୍ଡଷ୍ଟ୍ରିର ଅନେକ ଜଣାଶୁଣା କମ୍ପାନୀ ସହିତ ଚୁକ୍ତିନାମା ସୁରକ୍ଷିତ କରିଛନ୍ତି। ବିଶେଷକରି ଆଇଟି କ୍ଷେତ୍ରରେ ପତଞ୍ଜଳି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ରାମଦେବ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଯୋଗ ଏବଂ ଆୟୁର୍ବେଦ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ପତଞ୍ଜଳି ସାରା ବିଶ୍ୱରେ ଜଣାଶୁଣା ବୋଲି ଆଚାର୍ଯ୍ୟ ବାଲକ୍ରିଷ୍ଣା ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ଏପରିକି ବର୍ତ୍ତମାନ ଭରୱା ସଲ୍ୟୁଶନ ସହିତ ପତଞ୍ଜଳି ଆଇଟି କ୍ଷେତ୍ରରେ ବିସ୍ତାର ହୋଇଛି। ପତଞ୍ଜଳି ଫୁଡ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ରାମଭାରତ କହିଛନ୍ତି, ଭରୁୱା ଆଇଟି ଶିଳ୍ପ ମଧ୍ୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଅନୁଭବ କରୁଛନ୍ତି ଏବଂ ଏହାର ବଜାରକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ରଣନୈତିକ ସ୍ଥିତିରେ ଅଛନ୍ତି। ଭରୁବା ସଲ୍ୟୁଶନର ସଭାପତି ଇନ୍ଦର ଛାବ୍ରା, ଉପସଭାପତି କବିନ୍ଦ୍ର ସିଂ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ଆଇଟି ହେଡ ପୱନ ସିଂଙ୍କ ସମେତ ହରିଦ୍ୱାର,ହାଇଦ୍ରାବାଦ ଏବଂ ନୋଏଡା କାର୍ଯ୍ୟାଳୟର ୨୫୦ରୁ ଅଧିକ କର୍ମଚାରୀ ଉପସ୍ଥିତ ଥିଲେ।