Categories: ଜାତୀୟ

ଚୁଡାନ୍ତ ଅନୁମୋଦନ ନ ମିଳିବା ପର୍ଯ୍ୟନ୍ତ କରୋନିଲର ବିଜ୍ଞାପନ କରି ନ ଥାଆନ୍ତା ପତଞ୍ଜଳି: ଆୟୁଷ ମନ୍ତ୍ରୀ

ନୂଆଦିଲ୍ଲୀ,୨୫।୬: ଗୋଟିଏ ପଟେ କରୋନା ମହାମାରୀ ଚିନ୍ତା ବଢାଇ ଚାଲିଥିବା ବେଳେ ଅନ୍ୟପଟେ କରୋନା ପାଇଁ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଔଷଧ ପ୍ରସ୍ତୁତି କରିଥିବା ଖବର ବେଳବୁ ବେଳ ଅଡୁଆ ଭିତରକୁ ଚାଲି ଯାଉଛି। ଗୁରୁବାର କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ଓ୍ବାଇ ନାଏକ କହିଛନ୍ତି ଯେ ପର୍ଯ୍ୟନ୍ତ ପତଞ୍ଜଳି ଆୟୁର୍ବେଦକୁ ଚୁଡାନ୍ତ ଅନୁମୋଦନ ନ ମିଳିଥିଲା ସେପର୍ଯ୍ୟନ୍ତ ସେ କରୋନିଲର ପ୍ରଚାର ପ୍ରସାର କରିବାର ନ ଥିଲା। ତେଣୁ ସେ ଆମ ନିକଟକୁ ଆବେଦନ କଲେ ଆମେ ଖୁବ୍‌ ଶୀଘ୍ର ଏହାକୁ ନେଇ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପତଞ୍ଜଳି ଆୟୁର୍ବେଦ ମଙ୍ଗଳବାର କରୋନା ମହାମାରୀ ପାଇଁ ‘କରୋନିଲ’ ଟାବଲେଟ ଲଞ୍ଚ କରିଥିଲା। କମ୍‌ ଲକ୍ଷଣ ଥିବା ରୋଗୀ ଏହାର ବ୍ୟବହାର କଲେ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ମଧ୍ୟ ଦାବି କରିଥିଲା। ହେଲେ କରୋନିଲକୁ ନେଇ ପତଞ୍ଜଳିକୁ କୌଣସି ଅନୁମତି ନ ମିଳି ଥିବାରୁ ଏବେ ଏହା ଅଡୁଆ ଭିତରକୁ ଚାଲିଯାଇଛି।

Share