ପତଞ୍ଜଳିର କରୋନିଲକୁ ମହାରାଷ୍ଟ୍ର ଆସିବା ମନା: ନକଲି ଔଷଧ ରାଜ୍ୟରେ ହେବନି ବିକ୍ରି, କହିଲେ ମନ୍ତ୍ରୀ

ମୁମ୍ବାଇ, ୨୫।୬: ପତଞ୍ଜଳି ପକ୍ଷରୁ କରୋନା ପାଇଁ ପ୍ରସ୍ତୁତ କରାଯାଇଥିବା କରୋନିଲକୁ ରାଜ୍ୟରେ ବିକ୍ରି ଲାଗି ମହାରାଷ୍ଟ୍ର ସରକାର ମନା କରିଛନ୍ତି। କୌଣସି ନକଲି ଔଷଧର ବିକ୍ରି ରାଜ୍ୟରେ ହେବନି ବୋଲି ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି। କରୋନିଲର କ୍ଲିନିକାଲ ଟ୍ରାଏଲ୍‌ ନେଇ ସଠିକ ପ୍ରମାଣ ମିଳିନାହିଁ। ଜୟପୁର ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ୍‌ରେ କରୋନିଲର କ୍ଲିନିକାଲ ଟ୍ରାଏଲ୍‌ କରାଯାଇଛି କି ନାହିଁ ସେନେଇ ଯାଞ୍ଚ୍‌ କରାଯିବ ବୋଲି ଅନୀଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଯୋଗଗୁରୁ ବାବା ରାମଦେବଙ୍କ ପକ୍ଷରୁ ଏହି ଔଷଧ ସମ୍ପର୍କରେ ୩ ଦିନ ତଳେ ସୂଚନା ଦେଇଥିଲେ। ତେବେ ଇତିମଧ୍ୟରେ କରୋନିଲ ଆଇନର ଅଡୁଆ ଜାଲରେ ଫସି ଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜସ୍ଥାନ ସରକାର ମଧ୍ୟ କରୋନିଲର ବିକ୍ରି ଉପରେ କଟକଣା ଜାରି କରିଥିଲେ।

Share