Categories: ବାଣିଜ୍ୟ

ନେପାଳ ଭୂକମ୍ପ ପ୍ରଭାବିତଙ୍କୁ ପତଞ୍ଜଳିର ସହାୟତା

ଭୁବନେଶ୍ୱର,୧୧।୧୧: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍‌ର ସହଯୋଗୀ ସଂସ୍ଥା ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ ପକ୍ଷରୁ ୮ଟି ରିଲିଫ୍‌ ଟ୍ରକ୍‌ ନେପାଳ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ପତଞ୍ଜଳିର ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ବାମୀ ରାମଦେବ ଏବଂ ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ନେପାଳ ଭୂକମ୍ପ ପ୍ରଭାବିତ ଲୋକଙ୍କୁ ପତଞ୍ଜଳି ପକ୍ଷରୁ ବ୍ୟାପକ ସହାୟତା ପଠାଯାଇଛି। ଏପରିକି ଉଭୟ ରାମଦେବ ଓ ବାଲକ୍ରିଷ୍ଣା ୮ଟି ଟ୍ରକ୍‌ ଜରିଆରେ ବହୁ ପରିମାଣର ରିଲିଫ ସାମଗ୍ରୀକୁ ପତାକା ଦେଖାଇ ରିଲିଫ ଟ୍ରକ୍‌କୁ ନେପାଳ ଅଭିମୁଖେ ପଠାଇଥିଲେ। ବିଶେଷକରି ନେପାଳରେ ଘଟିଯାଇଥିବା ଭୟାବହ ଭୂକମ୍ପରେ ବହୁଳ ଧନ ସମ୍ପତ୍ତି ସହ ଲୋକଙ୍କ ଜୀବନ କ୍ଷତିଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ରାମଦେବ କହିଥିଲେ, ପ୍ରାକୃତିକ ବିପଦ ସମୟରେ ପତଞ୍ଜଳି ସର୍ବଦା ତା’ର ଉପସ୍ଥିତି ଓ ସହାୟତା ଯୋଗାଇଛି। ଏପରିକି ଭୂକମ୍ପରେ ପ୍ରଭାବିତ ପରିବାର ଲୋକ ଓ ପରିବାରବର୍ଗଙ୍କ ନିକଟରେ ରାମଦେବ ଠିଆ ହୋଇଛନ୍ତି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share