Categories: ବାଣିଜ୍ୟ

ପତଞ୍ଜଳିର ଜୀବନ ରକ୍ଷାକାରୀ ଔଷଧ ‘ଗିଲୟ’

ନୂଆଦିଲ୍ଲୀ,୨୩।୫: ବିଗତ କିଛି ବର୍ଷ ହେବ ପତଞ୍ଜଳି ଆୟୁର୍ବେଦର ପ୍ରସିଦ୍ଧ ମେଡିସିନ ଗିଲୟ ରୋଗ ନାଶକାରୀ ଔଷଧ ଭାବେ ବେଶ୍‌ ପରିଚିତ ହୋଇପାରିଛି। ଏପରିକି ଗୁଡୁଚି (ଗିଲୟ) (ଟିନୋସ୍ପୋରା କର୍ଡିଫୋଲିଆ) ଅମ୍ରିତା ଭାବେ ମଧ୍ୟ ବେଶ୍‌ ଜଣାଶୁଣା। ବିଶେଷ କରି ଗତ କୋଭିଡ-୧୯ ସମୟରେ ଉକ୍ତ ମେଡିସିନ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଛି। ସେହିଭଳି ଉକ୍ତ ମେଡିସିନ ସମ୍ପର୍କରେ ୟୁରୋପର ବିଶ୍ୱ ପ୍ରସିଦ୍ଧ ଅନୁସନ୍ଧାନ ପତ୍ରିକା ଫାର୍ମାକୋଲୋଜି ଫ୍ରଣ୍ଟିଅର୍ସ (https://www.frontiersin.org/articles/୧୦.୩୩୮୯/fphar.୨୦୨୩.୧୦୯୫୦୮୩/full)ରେ ମଧ୍ୟ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି। ସେହିଭଳି ବିଶ୍ୱରେ ପ୍ରଥମଥର ପାଇଁ ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ମଧ୍ୟ ଗିଲୟର ସୁରକ୍ଷା ସମ୍ପର୍କିତ କାର୍ଯ୍ୟକଳାପ ଉପରେ ବିସ୍ତୃତ ଅନୁସନ୍ଧାନ କରିଥିଲେ। ଅପରପକ୍ଷରେ ଜିଏଲପି ଚାଳିତ ଉପ-ତୀବ୍ର ବିଷାକ୍ତ ବିଜ୍ଞାନ ଅଧ୍ୟୟନ ଜରିଆରେ ୭୦ରୁ ଅଧିକ ଅଣ୍ଡିରା ଏବଂ ମାଈ ମୂଷାଙ୍କ ଶରୀରରେ ଗିଲୟ ନିତିଦିନିଆ ବ୍ୟବହୃତ ହେଉଥିଲା। ଏପରିକି ଦୀର୍ଘ ୨୮ ଦିନ ପର୍ଯ୍ୟନ୍ତ ଏଭଳି ପ୍ରୟୋଗ କରାଯାଉଥିଲେ ସୁଦ୍ଧା କୌଣସି ପ୍ରକାରର ସମସ୍ୟା ଓ ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇ ନ ଥିଲା।
ଉଲ୍ଲେଖଯୋଗ୍ୟ, ଏହି ଅଧ୍ୟୟନରେ ୪୦ରୁ ଅଧିକ ଅଙ୍ଗ ଉପରେ ଗିଲୟର ପ୍ରଭାବକୁ ନିରୀକ୍ଷଣ କରାଯାଇଥିଲା। ଏପରିକି ଓଇସିଡିର ବିଶ୍ୱସ୍ତରୀୟ ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କରାଯାଇଥିଲା ଏବଂ ଉତ୍ତମ ଲାବୋରେଟୋରି ଅଭ୍ୟାସ (ଜିଏଲପି) ସହିତ ଏହି ସଂପୂର୍ଣ୍ଣ ପରୀକ୍ଷାମୂଳକ ଅନୁପାଳନ କରାଯାଇଥିଲା।

Share