ପତଞ୍ଜଳିର ‘ଜିଜ୍ଞାସା’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା): ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନରେ ‘ଜିଜ୍ଞାସା’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପାରମ୍ପରିକ ଜ୍ଞାନ ଏବଂ ହର୍ବାଲ ମେଡିସିନ ଡେଭଲପମେଣ୍ଟ ଫାଉଣ୍ଡେଶନର ଚେୟାରମ୍ୟାନ ଡ.ନିର୍ମଳ କୁମାର ଆୱସ୍ତି ଏବଂ ଆୟୁଷ ମନ୍ତ୍ରଣାଳୟର ପୂର୍ବତନ ଉପ-ନିର୍ଦ୍ଦେଶକ ଡ. ସୁଶୀଲ କୁମାର ଉପାଧ୍ୟାୟ ପ୍ରମୁଖ ବକ୍ତାଭାବରେ ଉପସ୍ଥିତ ଥିଲେ। ଜନଜାତି ଗୋଷ୍ଠୀକୁ ପ୍ରୋସତ୍ାହନ ଏବଂ ଔଷଧୀୟ ଉଦ୍ଭିଦଗୁଡ଼ିକର ଜ୍ଞାନ ପରମ୍ପରାର ସଂରକ୍ଷଣ ତଥା ପ୍ରଚାରପ୍ରସାର ଆଜିର ପ୍ରାଥମିକତା ବୋଲି ଡା. ଉପାଧ୍ୟାୟ କହିଥିଲେ। ମୁଖ୍ୟ ବକ୍ତା ପାରମ୍ପରିକ ଔଷଧୀୟ ଜ୍ଞାନ ଏବଂ ଜଙ୍ଗଲଜାତ ଔଷଧର ସଂରକ୍ଷଣ ତଥା ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା ପତଞ୍ଜଳି ଦ୍ୱାରା କରାଯାଉଥିବା କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। ୱାଲର୍‌ଡ ଫାର୍ମାକୋପିୟା, ସାୈମିତ୍ରୟ ସଂହିତା ଏବଂ ଆୟୁର୍ବେଦ ପ୍ରମାଣିତ ବିଭିନ୍ନ ଔଷଧୀୟ ଉଦ୍ଭିଦ ସଂଗ୍ରହାଳୟରେ ଗୁରୁତ୍ୱ ଦିଆଯାଇଥିଲା। ଦେଶର ବିଭନ୍ନ ପ୍ରାନ୍ତରୁ ଛାତ୍ର ତଥା ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌-ଇନଷ୍ଟାଗ୍ରାମ ଡାଉନ୍‌; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ

ନୂଆଦିଲ୍ଲୀ,୨୫।୩: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍‌’ ଏବଂ ‘ଇନଷ୍ଟାଗ୍ରାମ’ରେ ମଙ୍ଗଳବାର ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଏହାକୁ ନେଇ ସାରା ବିଶ୍ୱର ବ୍ୟବହାରକାରୀମାନେ ଆପ୍‌ ଏବଂ...

ଏଣିକି ATMରୁ ଟଙ୍କା ଉଠାଇବା ହୋଇଯିବ ମହଙ୍ଗା, ଗଣିବେ ଏତିକି… 

ନୂଆଦିଲ୍ଲୀ,୨୫।୩: ଯଦି ଆପଣଙ୍କର ବାରମ୍ବାର ATMରୁ ଟଙ୍କା ଉଠାଇବାର ଅଭ୍ୟାସ ଅଛି, ତେବେ ଆପଣଙ୍କୁ ଏହି ଅଭ୍ୟାସକୁ ସୁଧାରି ନେବାକୁ ହେବ। କାରଣ ମେ’ ପହିଲାରୁ...

New Rules From April 1: ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ନିୟମ, ୟୁପିଆଇରୁ ନେଇ ଆଧାର ଯାଏ… 

ନୂଆଦିଲ୍ଲୀ,୨୫।୩: ଆସନ୍ତା ଏପ୍ରିଲ ପହିଲାରୁ UPI, ଆଧାର କାର୍ଡ, ପାନ କାର୍ଡ ଏବଂ ବ୍ୟାଙ୍କ ସହିତ ଜଡିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ନ୍ୟାସନାଲ...

ବ୍ୟବସାୟରେ ରାତାରାତି ସଫଳତା ନାହିଁ

ରାଜ୍ୟର ଅଗ୍ରଣୀ ଧୂପକାଠି ଉପତ୍ାଦନକାରୀ ସଂସ୍ଥା ସୋମେନ ଅଗରବତି। ଏହାର ପ୍ରୋପାଇଟର ପ୍ରହଲ୍ଲାଦ ପଲାଇ ଦିନେ ଘରର ଆର୍ଥିକ ସ୍ଥିତି ସୁଧାରିବାକୁ ଆରମ୍ଭ କରିଥିଲେ ଧୂପକାଠି...

୧୦ ବର୍ଷରେ ଦୁଇଗୁଣା ହେଲା ଅର୍ଥନୀତି: ଚମତ୍କାର କଲା ଭାରତ, ପଛରେ ପଡିଲେ ଆମେରିକା-ଚାଇନା

ନୂଆଦିଲ୍ଲୀ,୨୪।୩: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(IMF) ତଥ୍ୟ ଅନୁଯାୟୀ, ଭାରତ ଗତ ୧୦ ବର୍ଷ ମଧ୍ୟରେ ୧୦୫ ପ୍ରତିଶତ ଅଭିବୃଦ୍ଧି ସହିତ ଏହାର GDP (ମୋଟ ଘରୋଇ...

ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ

ସମ୍ବଲପୁରସ୍ଥିତ ଜାଶ୍‌ ହୋଣ୍ଡାର ନିର୍ଦ୍ଦେଶକ ସମଶେର୍‌ ସିଂ ହୁରା ଏକ ବ୍ୟବସାୟଭିତ୍ତିକ ପରିବାରରେ ଜନ୍ମ ନେଇଥିବାବେଳେ ତାଙ୍କର ଅଟୋମୋବାଇଲ ଶିଳ୍ପ ପ୍ରତି ଖୁବ୍‌ ରୁଚି ରହିଥିଲା।...

୧ ଏପ୍ରିଲରୁ ବଦଳିଯିବ UPS ନିୟମ, ଏବେ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩।୩: ଭାରତ ସରକାରଙ୍କ ଦ୍ୱାରା ୨୦୨୩ ମସିହାରେ ଏକ ଉନ୍ନତ ଏବଂ ସୁବିଧାଜନକ ପେନସନ ବିକଳ୍ପ ଭାବରେ ୟୁନିଭର୍ସାଲ ପେନସନ ଯୋଜନା (UPS) ଆରମ୍ଭ କରାଯାଇଥିଲା।...

ଜରୁରୀକାଳୀନ ପରିସ୍ଥିତି ପାଇଁ କେମିତି ଜମା କରିବେ ଟଙ୍କା, ସରଳ ଉପାୟରେ ଜାଣନ୍ତୁ

କୌଣସି ଜରୁରୀକାଳୀନ ପରିସ୍ଥିତି ସୂଚନା ଦେଇ ଆସେନାହିଁ। ଭବିଷ୍ୟତରେ ଆମକୁ ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରି ପରିସ୍ଥିତିରେ, ଆମକୁ ଜରୁରୀକାଳୀନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image