Advertisement
Categories: ବାଣିଜ୍ୟ

ପତଞ୍ଜଳିର ‘ଜିଜ୍ଞାସା’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୩(ଅନୁରାଧା ମହାରଣା): ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନରେ ‘ଜିଜ୍ଞାସା’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପାରମ୍ପରିକ ଜ୍ଞାନ ଏବଂ ହର୍ବାଲ ମେଡିସିନ ଡେଭଲପମେଣ୍ଟ ଫାଉଣ୍ଡେଶନର ଚେୟାରମ୍ୟାନ ଡ.ନିର୍ମଳ କୁମାର ଆୱସ୍ତି ଏବଂ ଆୟୁଷ ମନ୍ତ୍ରଣାଳୟର ପୂର୍ବତନ ଉପ-ନିର୍ଦ୍ଦେଶକ ଡ. ସୁଶୀଲ କୁମାର ଉପାଧ୍ୟାୟ ପ୍ରମୁଖ ବକ୍ତାଭାବରେ ଉପସ୍ଥିତ ଥିଲେ। ଜନଜାତି ଗୋଷ୍ଠୀକୁ ପ୍ରୋସତ୍ାହନ ଏବଂ ଔଷଧୀୟ ଉଦ୍ଭିଦଗୁଡ଼ିକର ଜ୍ଞାନ ପରମ୍ପରାର ସଂରକ୍ଷଣ ତଥା ପ୍ରଚାରପ୍ରସାର ଆଜିର ପ୍ରାଥମିକତା ବୋଲି ଡା. ଉପାଧ୍ୟାୟ କହିଥିଲେ। ମୁଖ୍ୟ ବକ୍ତା ପାରମ୍ପରିକ ଔଷଧୀୟ ଜ୍ଞାନ ଏବଂ ଜଙ୍ଗଲଜାତ ଔଷଧର ସଂରକ୍ଷଣ ତଥା ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏ ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣା ପତଞ୍ଜଳି ଦ୍ୱାରା କରାଯାଉଥିବା କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ। ୱାଲର୍‌ଡ ଫାର୍ମାକୋପିୟା, ସାୈମିତ୍ରୟ ସଂହିତା ଏବଂ ଆୟୁର୍ବେଦ ପ୍ରମାଣିତ ବିଭିନ୍ନ ଔଷଧୀୟ ଉଦ୍ଭିଦ ସଂଗ୍ରହାଳୟରେ ଗୁରୁତ୍ୱ ଦିଆଯାଇଥିଲା। ଦେଶର ବିଭନ୍ନ ପ୍ରାନ୍ତରୁ ଛାତ୍ର ତଥା ବୈଜ୍ଞାନିକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share