ଫେମସ ଜର୍ନାଲରେ ପତଞ୍ଜଳିର ଗବେଷଣା

ଭୁବନେଶ୍ୱର,୧୨।୯: ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନେତ୍ୱତୃରେ ଅନେକ ନୂତନ ଗୁଣାତ୍ମକ ଔଷଧ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଜଡ଼ି ବୁଟି ସାମଗ୍ରୀ ଉପରେ ଗବେଷଣା କରି ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ଅନେକ ନୂଆ ଔଷଧ ପ୍ରସ୍ତୁତ କରିଛି। ଏପରିକି ଅଷ୍ଟ୍ରେଲିଆର ସ୍ବିନବର୍ଣ୍ଣ ବିଶ୍ବବିଦ୍ୟାଳୟର ପ୍ରଫେସର ଏବଂ ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ କରାଯାଇଥିବା ଏକ ମିଳିତ ଗବେଷଣାରୁ ପ୍ରସ୍ତୁତ ବିଭିନ୍ନ ଆୟୁର୍ବେଦିକ ଔଷଧ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି। ଏ ନେଇ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ଏହି ନୂତନ ଗବେଷଣାଗୁଡିକ ବିଶ୍ବ ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଫେମସ ମାଇକ୍ରୋବାୟୋଲୋଜି ଇକୋଲୋଜି ଜର୍ନାଲରେ ସାମିଲ କରାଯାଇଛି। ଏପରିକି ଉକ୍ତ ଜର୍ନାଲରେ ପତଞ୍ଜଳିର ଗବେଷଣା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ସେହିଭଳି ଭାରତୀୟ ଆୟୁର୍ବେଦର ଶକ୍ତିକୁ ବିଦେଶୀ ବୈଜ୍ଞାନିକମାନେ ମଧ୍ୟ ଗ୍ରହଣ କରୁଥିବା ବେଳେ ଅଧିକ ଗବେଷଣା ପାଇଁ ଉତ୍ସାହ ଦେଖାଇଥିବାରୁ ଆଚାର୍ଯ୍ୟ ଖୁସି ପ୍ରକଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ପତଞ୍ଜଳିର ଗବେଷଣାକୁ ଏଲସିଭିଅର, ସ୍ପ୍ରିଙ୍ଗର, ଫ୍ରଣ୍ଟିୟର, ନେଚର, ମଲିକ୍ୟୁଲ୍ସ, ବାୟୋମଲିକ୍ୟୁଲ୍ସ, ଜର୍ନାଲ ଅଫ ସେପାରେଶନ ସାଇନ୍ସ, ଜର୍ନାଲ ଅଫ ଇନଫ୍ଲେମେଶନ ରିସର୍ଚ୍ଚ, ନାନୋସ୍କେଲ ଆଡଭାନ୍ସେସ ଆଦିରେ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ପତଞ୍ଜଳି ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ କାର୍ଯ୍ୟ କରୁଥିବା ବେଳେ ଏନ୍‌ଏବିଏଲ୍‌ ମାନ୍ୟତାପ୍ରାପ୍ତ ଲାବ୍‌ ଓ ପଶୁଙ୍କ ଦେହରେ ପରୀକ୍ଷଣ ସମେତ ଅନ୍ୟାନ୍ୟ ସବୁ ପ୍ରକାର ସୁବିଧା ପତଞ୍ଜଳି ଅନୁସନ୍ଧାନ ସଂସ୍ଥାନରେ ଉପଲବ୍ଧ ବୋଲି ଆଚାର୍ଯ୍ୟ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri