ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର

ନୂଆଦିଲ୍ଲୀ,୩।୧୦: ଦେଶର ଅଗ୍ରଣୀ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଯୋଗପୀଠର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର ଆସାମର ଗୁଆହାଟୀଠାରେ ଉଦ୍‌ଘାଟିତ ହୋଇଯାଇଛି। ନର୍ଥ ଇଣ୍ଡିଆର ପ୍ରଥମ ଇଣ୍ଟଗ୍ରେଟେଡ୍‌ ହୋଲିଷ୍ଟିକ ହେଲ୍‌ଥ କେୟାର ଇନିସିଟିଭ ଏବଂ ଇଣ୍ଟିଗ୍ରେଟେଡ୍‌ ଟ୍ରିଟ୍‌ମେଣ୍ଟ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ପ୍ରାଇଡ୍‌ ଇଷ୍ଟ ଏଣ୍ଟରଟେନ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ସିଏମ୍‌ଡି ରିଙ୍କି ଭୂୟାଁ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ (ପତଞ୍ଜଳି)ର ପ୍ରମୁଖ ପରମ ପୂଜ୍ୟ ଯୋଗୀ ଋଷି ସ୍ବାମୀ ରାମଦେବଙ୍କ ସମେତ ପରମ ପୂଜ୍ୟ ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଲକ୍ରିଷ୍ଣା, ଡା. କୌଶଳେନ୍ଦୁ, ଡା. ମାଧୁରୀ, ଡା. ଦରାଥି, ବୈଦ୍ୟ ଆଦିତ୍ୟ, ବୈଦ୍ୟ ସତ୍ୟପ୍ରକାଶ, ବିବେକ ଡାଗା, ବିକାଶ ଖଣ୍ଡେଲଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ସ୍ବାମୀ ରାମଦେବ କହିଥିଲେ, ଆମେ ଆମର ନୂତନ ସେଣ୍ଟରର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏଠାରେ ବ୍ୟାପକ ସ୍ବାସ୍ଥ୍ୟସେବା ସାଙ୍ଗକୁ ଯୋଗ, ଆୟୁର୍ବେଦ, ପଞ୍ଚକର୍ମ, ସତ୍‌କର୍ମ, ଲିଜି ଥେରାପି, ଆକ୍ୟୁପେସର, ଆକ୍ୟୁପଞ୍ଚର ଏବଂ ନାଚୁରୋପାଥି ଭଳି ସୁବିଧା ଯୋଗାଇ ଦିଆଯିବ।
ସେହିଭଳି ପୂଜ୍ୟ ସ୍ବାମୀ ଦେବସ୍ବରୂପ, ଜଗତଦେବ ଏବଂ ସମଗ୍ରଦେବଙ୍କ ଦାୟିତ୍ୱରେ ଏହି ସେଣ୍ଟର ପରିଚାଳିତ ହେବ। ଏପରିକି ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ବିଭିନ୍ନ କାର୍ଯ୍ୟକଳାପ ଓ କାର୍ଯ୍ୟକ୍ରମ ମଧ୍ୟ ଏହି ସେଣ୍ଟର ଜରିଆରେ ଆସାମ ଏବଂ ଉତ୍ତରାଞ୍ଚଳରେ ଜାରି ରହିବ।
ସେହିପରି ଏହି ସେଣ୍ଟର ମଧ୍ୟ ସ୍ଥାନୀୟ ଅଞ୍ଚଳର ସ୍ବାସ୍ଥ୍ୟସେବା କ୍ଷେତ୍ରର ପ୍ରତିଭାକୁ ନିଯୁକ୍ତି ସୁଯୋଗ ଯୋଗାଇଦେବା ସହ ଗୁଣାତ୍ମକ ସେବା ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୩।୧୦: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି।...

୩୦,୦୦୦ରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ବିକ୍ରି

ନୂଆଦିଲ୍ଲୀ,୩।୧୦: ପାର୍ବଣ ପୂର୍ବରୁ ଇ କର୍ମସ ପ୍ଲାଟ୍‌ଫର୍ମଗୁଡିକ ପକ୍ଷରୁ ଆକର୍ଷଣୀୟ ରିହାତି ସାଙ୍ଗକୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେଲ୍‌ ଜରିଆରେ ପ୍ରଦାନ...

ରିଲାଏନ୍ସ ଟ୍ରେଣ୍ଡସର ଜବରଦସ୍ତ ଦୁର୍ଗାପୂଜା ଅଫର୍‌

ମୁମ୍ବାଇ,୨ା୧୦:ଚଳିତ ବର୍ଷର ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ସହ ଭାରତର ସର୍ବବୃହତ୍‌ ଓ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲର...

ବଦଳିଲା ପିପିଏଫ୍‌ ଆକାଉଣ୍ଟ ସମ୍ପର୍କିତ ନିୟମ

ଭୁବନେଶ୍ୱର,୨।୧୦(ଅନୁରାଧା ମହାରଣା):ପବ୍ଲିକ୍‌ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ (ପିପିଏଫ୍‌ ଆକାଉଣ୍ଟ) ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୧ ତାରିଖରୁ ଡାକଘର ମାଧ୍ୟମରେ ଖୋଲାଯାଇଥିବା ଆକାଉଣ୍ଟରେ...

ଦିନକରେ ନିବେଶକ ହରାଇଲେ ୩.୫ ଲକ୍ଷ କୋଟି

ମୁମ୍ବାଇ,୧।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାରର କାରବାର ଉପରେ ବଡଧରଣର ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

କଳାମନ୍ଦିରକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ପୁରସ୍କାର

ଭୁବନେଶ୍ୱର,୧।୧୦ ରାଜ୍ୟର ଅଗ୍ରଣୀ ଫ୍ୟାଶନ ଶୋ’ରୁମ୍‌ କଳାମନ୍ଦିରକୁ ନିକଟରେ ଟାଇମ୍ସ ଆଇକନ୍ସ ଅଫ୍‌ ଓଡ଼ିଶା-୨୦୨୪ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର...

ଭୁବନେଶ୍ୱର ‘ସୂତା’ ଆଉଟଲେଟର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ହାଣ୍ଡଲୁମ ଷ୍ଟାର୍ଟଅପ ବ୍ରାଣ୍ଡ ‘ସୂତା’ (ଭୁବନେଶ୍ୱରର ସୂତା ଆଉଟଲେଟ) ର ପ୍ରଥମ ବାର୍ଷିକ ଉତ୍ସବ ସୋମବାର ପାଳିତ...

ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୧।୧୦:ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri