‘ବେସରମ ରଙ୍ଗ’ ଗୀତରେ ହେବ ପରିବର୍ତ୍ତନ

ଅଭିନେତା ଶାହରୁଖ ଖାନ୍‌ ଏବଂ ଦୀପିକା ପାଦ୍ୟୁକୋନଙ୍କ ଆଗାମୀ ଫିଲ୍ମ ‘ପଠାନ’ର ବେସରମ ରଙ୍ଗ ଗୀତକୁ ନେଇ ବିବାଦ ସୃଷ୍ଟି ହୋଇଛି। ଫିଲ୍ମ ରିଲିଜ ନହେଉଣୁ ଫିଲ୍ମର ଗୀତକୁ ନେଇ ତେଜିଛି ବିବାଦ। ଫିଲ୍ମର ପ୍ରଥମ ଗୀତ ବେସରମ ରଙ୍ଗରେ ଦୀପିକା ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଉଠିଛି। ଶାହରୁଖ ଓ ଦୀପିକାଙ୍କ ଡ୍ୟାନ୍ସଙ୍କୁ ଦେଖି ମଧ୍ୟ ଲୋକେ ଆପତ୍ତି ଉଠାଇଛି। ଏପରିକି ଫିଲ୍ମକୁ ବୟକଟ କରିବାକୁ ସୋଶିଆଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଥିବା ବେଳେ ଦୀପିକା ଓ ଶାହରୁଖଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିବା ଜଣାପଡିଛି।
ବେସରମ ଗୀତକୁ ନେଇ ବିବାଦ ତେଜିବା ପରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି ) ହସ୍ତକ୍ଷେପ କରିଛି। ଫିଲ୍ମର ଏହି ଗୀତରେ କେତେକ ଅଂଶ ପରିବର୍ତ୍ତନ କରିବାକୁ ସିବିଏଫସି ପରାମର୍ଶ ଦେଇଛି। ଗୀତ ସହ ଫିଲ୍ମର କେତେ ଭାଗକୁ ମଧ୍ୟ ପରିବର୍ତ୍ତନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସିବିଏଫସି ଅଧ୍ୟକ୍ଷ ପ୍ରସୁନ ଯୋଶୀ ସୂଚନା ଦେଇଛନ୍ତି। ନିକଟରେ ଫିଲ୍ମଟିକୁ ପ୍ରମାଣପତ୍ର ପାଇଁ ସିବିଏଫସି ଯାଞ୍ଜ କମିଟିରେ ପହଞ୍ଚିଥିଲା। ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ଉ ଅନୁଧ୍ୟାନ କରାଯିବାପରେ ଏପରି ନିଷ୍ପତ୍ତି ନିଆଯାଇଛି।

Share