ଭାରତର ନମ୍ବର ୱାନ ଫିଲ୍ମ ହେଲା ‘ପଠାନ’

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ପ୍ରଡକସନ ହାଉସ ୟଶରାଜ ବ୍ୟାନର ‘ପଠାନ’ ମାଧ୍ୟମରେ ପୁଣିଥରେ ପ୍ରମାଣ କରିଦେଇଛି କି ତା’ଠାରୁ ଭଲ ସ୍ପାଇ ଥ୍ରୀଲର କେହି ନିର୍ମାଣ କରିପାରିବେ ନାହିଁ । ଏକ ଥା ଟାଇଗର, ୱାର ଓ ଟାଇଗର ଜିନ୍ଦା ହୈ ଭଳି ସ୍ପାଇ ଥ୍ରୀଲର ଫିଲ୍ମ ନିର୍ମାଣ କରିଥିବା ୟଶରାଜ ବ୍ୟାନର ଲିଷ୍ଟରେ ଏବେ ‘ପଠାନ’ ଭଳି ଅଲଟାଇମ ବ୍ଲକବୁଷ୍ଟର ମୁଭିର ନାମ ଯୋଡି ହୋଇ ଯାଇଛି । ବ୍ୟବସାୟରେ ଶାହାରୁଖଙ୍କ ମୁଭି ‘ପଠାନ’ର ଦବଦବା ୩୯ ଦିନରେ ବି ବକ୍ସ ଅଫିସରେ ଜାରି ରହିଥିଲା ।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ରବିବାର ପଠାନର ୩୯ ଦିନର ବିଜନେସର ସଂଖ୍ୟାକୁ ନେଇ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରିଛନ୍ତି । ତାଙ୍କ ହିସାବରେ ଗତ ଶନିବାର ପଠାନ ବକ୍ସ ଅଫିସରେ ୨.୦୫ କୋଟି କାରବାର କରିଛି । ଏହାକୁ ନେଇ ‘ପଠାନ’ର ମୋଟ ଆୟ ସବୁ ଭାଷାରେ ୫୩୨.୦୮ କୋଟି ହୋଇଛି ।
ବ୍ୟବସାୟରେ ସମସ୍ତ ରେକର୍ଡ ଭାଙ୍ଗିଥିବା ଶାହାରୁଖଙ୍କ ମୁଭି ‘ପଠାନ’ ଏବେ ଭାରତର ସବୁଠାରୁ ଅଧିକ ବକ୍ସ ଅଫିସ କଲେକସନ କରିବାରେ ଏକ ମାତ୍ର ଫିଲ୍ମ ହୋଇଯାଇଛି । ନିକଟରେ ‘ପଠାନ’ ହିନ୍ଦି ବିଜରେ ସାଉଥ ସିନେମାର ବ୍ଲକବୁଷ୍ଟର ମୁଭି ‘ବାହୁବଳୀ ୨’କୁ ପଛରେ ପକାଇ ଦେଇଛି । ଏହା ପୂର୍ବରୁ ପଠାନ ଫିଲ୍ମ କେଜିଏଫ ଚାପ୍ଟର ୨ ଓ ଦଙ୍ଗଲ ଭଳି ବଡ ଫିଲ୍ମକୁ ବି ପଛରେ ପକାଇ ସାରିଛି ।

Share