ରିଲିଜ୍‌ ପୂର୍ବରୁ ରେକର୍ଡ କଲା ‘ପଠାନ’

ଚାରି ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରୁଥିବା ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ଅଗ୍ରୀମ ବୁକିଂରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଦେଶରେ ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ଫିଲ୍ମ ମଧ୍ୟରେ ‘ପଠାନ’ ଅଗ୍ରୀମ ବୁକିଂରେ ‘ବାହୁବଳୀ ୨’ର ରେକର୍ଡ ଭାଙ୍ଗିଛି। ଜାନୁଆରୀ ୨୫ରେ ରିଲିଜ ହେବାକୁ ଥିବା ‘ପଠାନ’ ତେଲୁଗୁ ଏବଂ ତାମିଲରେ ମଧ୍ୟ ରିଲିଜ ହେବ ଏବଂ ଫିଲ୍ମର ତେଲୁଗୁ ସଂସ୍କରଣର ଅଗ୍ରୀମ ବୁକିଂ ଟିକେଟ ବିକ୍ରି ବହୁତ ଭଲ ରହିଛି।
ୟଶ ରାଜ ଫିଲ୍ମ ‘ପଠାନ’ର ଅଗ୍ରୀମ ବୁକିଂରେ ଛଅ ଲକ୍ଷ ୬୩ ହଜାରରୁ ଅଧିକ ଟିକେଟ ବିକ୍ରି ହୋଇଛି। ଏହାସହ ଏହି ଫିଲ୍ମ ‘ବାହୁବଲୀ ୨’ ରିଲିଜ ପୂର୍ବରୁ ୬.୫୦ ଲକ୍ଷ ଟିକେଟ ବିକ୍ରି କରିବାର ରେକର୍ଡ ମଧ୍ୟ ଭାଙ୍ଗିଛି। ସେହିପରି ଫିଲ୍ମ ‘କେଜିଏଫ ୨’ର ୫.୫ ଲକ୍ଷ ଟିକେଟ ବିକ୍ରି ହୋଇଥିଲା।
ଅଭିନେତା ଶାହରୁଖ ଖାନ, ଜନ ଅବ୍ରାହମ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ଜାନୁଆରୀ ୨୫ରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଫିଲ୍ମର ଗୀତ ‘ବେସରମ ରଙ୍ଗ’ ଏବଂ ‘ଝୁମେ ଜୋ ପଠାନ’ ରିଲିଜ ହୋଇଥିଲା। ଏହି ଗୀତ ଦୁଇଟିକୁ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି । ଜାନୁଆରୀ ୧୦ରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଥିଲା। ଏହା ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହେବାରେ ଲାଗିଛି ।

Share