ଏହି ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବ ‘ପଠାନ’

ମୁମ୍ବାଇ: ଚାରି ବର୍ଷର ଦୀର୍ଘ ବିରତି ପରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆକ୍ସନ-ଥ୍ରୀଲର ଫିଲ୍ମ ‘ପଠାନ’ ସହିତ ପରଦାକୁ ଫେରୁଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଚଳଚ୍ଚିତ୍ର ଆସନ୍ତା ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ବିବାଦ ଘେରରେ ରହିଛି। ‘ପଠାନ’ର ପ୍ରଥମ ଗୀତ ‘ବେସର୍ମ ରଙ୍ଗ’ ଗୀତକୁ ନେଇ ଅନେକ ବିବାଦ ସୃଷ୍ଟି କରିଛି। ଅନେକ ରାଜନେତା ଏବଂ ହିନ୍ଦୁ ସଂଗଠନ ଏହାକୁ ବିରୋଧ କରିବା ସହ ବୟକଟ୍‌ ଦାବି କରୁଛନ୍ତି। ଏସବୁ ମଧ୍ୟରେ ଫିଲ୍ମ‘ପଠାନ’ ଓଟିଟି ରିଲିଜ୍‌କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଆମାଜନ ପ୍ରାଇମ୍‌ ଭିଡିଓ ଫିଲ୍ମକୁ ୨୦୦କୋଟି ଟଙ୍କାରେ ରିଜର୍ଭ କରିଥିବା ଜଣାପଡିଛି। ତେବେ କେବେ ଓଟିଟିରେ ରିଲିଜ୍‌ ହେବ ତାହା ଜଣାପଡିନାହିଁ।

Share