‘ପଠାନ୍‌’ ପାଇଁ ଷ୍ଟାର୍‌କାଷ୍ଟ୍‌ ନେଇଛନ୍ତି ମୋଟା ଅଙ୍କର ଟଙ୍କା

ମୁମ୍ବାଇ: ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପଠାନ୍‌’ ବହୁ ବିବାଦ ପରେ ବୁଧବାର ମୁକ୍ତିଲାଭ କରିଛି। ଯାହା ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୫୫ କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି। ଫିଲ୍ମରେ ଶାହାରୁଖ ଖାନଙ୍କ ଜବରଦସ୍ତ ଆକ୍ସନକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଏଥିସହିତ ଜନ୍‌ ଆବ୍ରାହମ୍‌ଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଫିଲ୍ମ ପାଇଁ କାଷ୍ଟ୍‌ମାନେ କଠିନ ପରିଶ୍ରମ କରିଛନ୍ତି। ଯାହା ପରଦାରେ ସ୍ପଷ୍ଟ ଦେଖାଯାଉଛି। ତେବେ ‘ପଠାନ୍‌’ ଫିଲ୍ମର ଷ୍ଟାର୍‌କାଷ୍ଟ୍‌ଙ୍କ ଫି’ବିଷୟରେ କହିବାକୁ ଗଲେ ସବୁ ଷ୍ଟାର୍‌କାଷ୍ଟ୍‌ ମୋଟା ଅଙ୍କର ଟଙ୍କା ନେଇଛନ୍ତି।

ଦୀପିକା ପାଦୁକୋନ: ଫିଲ୍ମରେ ଦୀପିକା ଲିଡ୍‌ ରୋଲରେ ନଜର ଆସିଛନ୍ତି। ଫିଲ୍ମର ଗୀତ ‘ବେସରମ ରଙ୍ଗ’ ସହିତ ପରଦାରେ ନିଆଁ ଲଗାଇ ଲଗାଇଦେଇଛନ୍ତି ଦୀପିକା। ତେବେ ଫି’ବିଷୟରେ କହିବାକୁ ଗଲେ ଦୀପିକା ୧୫ କୋଟି ଟଙ୍କା ନେଇଥିବା ଜଣାପଡିଛି।

ଜନ୍‌ ଆବ୍ରାହମ୍‌: ଫିଲ୍ମରେ ଜନ୍‌ ଆବ୍ରାହମ୍‌ଙ୍କୁ ନକାରାତ୍ମକ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ପାଇଁ ସେ ୨୦ କୋଟି ଟଙ୍କା ନେଇଛନ୍ତି। ଅନ୍ରପଟେ, ଏହି ଫିଲ୍ମରେ ସୁପରଷ୍ଟାର ସଲମାନ ଖାନଙ୍କର ଏକ ଝଲକ ରହିଛି। ତାଙ୍କର କ୍ୟାମୋ ରୋଲ ବିଷୟରେ ଅନେକ ଚର୍ଚ୍ଚା ହୋଇଛି ଏବଂ ଫିଲ୍ମ ପାଇଁ ପ୍ରଶଂସକଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି। ହେଲେ ସୁପରଷ୍ଟାର ତାଙ୍କ ଭୂମିକା ପାଇଁ ଟଙ୍କା ନେବାକୁ ମନା କରିଦେଇଛନ୍ତି।

ଶାହାରୁଖ ଖାନ୍‌: ଏହି ଫିଲ୍ମ ମାଧ୍ୟମରେ ପ୍ରାୟ ୪ ବର୍ଷ ପରେ ଶାହାରୁଖ ପରଦାକୁ ଫେରିଛନ୍ତି। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ଜିରୋ ଯାହା ୨୦୧୮ରେ ମୁକ୍ତିଲାଭ କରିଥିଲା। ଖବର ଅନୁଯାୟୀ କିଙ୍ଗ ଖାନ୍‌ ଏହି ଫିଲ୍ମରେ ତାଙ୍କ ଭୂମିକା ପାଇଁ ୧୦୦ କୋଟି ଟଙ୍କା ନେଇଛନ୍ତି।

Share