‘ପଠାନ’ କି ‘ଯବାନ’ ନୁହେଁ ଏହି ଫିଲ୍ମ ପାଇଁ ଏକ୍ସାଇଟେଡ ଅଛନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ରବିବାର ଅର୍ଥାତ୍ ୧୭ ଡିସେମ୍ବରରେ ଆସ୍କ ମି ଏନିଥିଙ୍ଗ ସେସନ ରଖିଛନ୍ତି । ଏହାରି ମାଧ୍ୟମରେ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ସହ ଇଣ୍ଟରଆକ୍ସନ କରିଛନ୍ତି । ଏହି ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମରେ ତାଙ୍କ ଫ୍ୟାନ୍ସଙ୍କୁ ଦିଲ ଖୋଲି ରିପ୍ଲାଇ ଦେଇଛନ୍ତି । ଏହି ସମୟରେ ତାଙ୍କର ଜଣେ ପ୍ରଶଂସକ ଶାହାରୁଖଙ୍କୁ ପ୍ରଶ୍ନ କରିଛନ୍ତି ଆଗମୀ ଦିନରେ ସେ ତାଙ୍କର କେଉଁ ଫିଲ୍ମକୁ ନେଇ ଏକ୍ସାଇଟେଡ ଅଛନ୍ତି । ଏହାର ଉତ୍ତରରେ ଶାହାରୁଖ ଯାହା କହିଲେ ତାହା ସମସ୍ତଙ୍କୁ ଚମକାଇ ଦେଇଛି ।
ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଏବେ ତାଙ୍କ ମୁଭି ‘ପଠାନ’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । କାହିଁକି ବା ନ ରହିବେ । ଦୀର୍ଘ ୫ ବର୍ଷ ପରେ ସେ ବଡ ପରଦାକୁ ଫେରିଛନ୍ତି । ତେବେ ଶନିବାର ଶାହାରୁଖ ଟୁଇଟରରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ଜଣେ ଫ୍ୟାନ ତାଙ୍କୁ ପ୍ରଶ୍ନ କରିଥିଲେ ଆପଣଙ୍କ ପରିବାର ପଠାନ, ଯବାନ, ଡଙ୍କି ଭିତରୁ କେଉଁ ଫିଲ୍ମକୁ ନେଇ ବେଶି ଏକ୍ସାଇଟେଡ ଅଛନ୍ତି । ହେଲେ ଏହାର ଉତ୍ତରରେ ଶାହାରୁଖ କହିଥିଲେ ଆମେ ସବୁ ଏହାର ଅବତାର ୨ ପାଇଁ ଏକ୍ସାଇଟେଡ ଅଛୁ । ଏହି ଉତ୍ତରରୁ ଅନୁମାନ ଲଗାଯାଇ ପାରେ ଯେ ଶାହାରୁଖ ହଲିଉଡର ନାମୀ ନିର୍ଦ୍ଦେଶକ ଜେମ୍ସ କ୍ୟାମରୁନଙ୍କ ଫିଲ୍ମ ଅବତାର ଦ ୱେ ଅଫ ୱାଟରର ଫ୍ୟାନ ହୋଇଯାଇଛନ୍ତି ।

Share