ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ କହିଛନ୍ତି ପଠାନ ଫିଲ୍ମକୁ ସେ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ।
ଏହି ବହୁଚର୍ଚ୍ଚିତ ଫିଲ୍ମରେ ଶାହାରୁଖଙ୍କ ସହ ଜନ ଅବ୍ରାହମ ଓ ଦୀପିକା ପାଦୁକୋନ ରହିଛନ୍ତି । ନିର୍ଦ୍ଦେଶକ କହିଛନ୍ତି ଫିଲ୍ମର ସ୍ପେନ ସିଡ୍ୟୁଲ ଖୁବ ସୁ୍‌ଦର ରହିଲା । ଏହାକୁ ନେଇ ଆମେ ଖୁବ୍ ରୋମାଞ୍ଚିତ ଅଛୁ । ଏହା ଏମିତି ଏକ ଫିଲ୍ମ ଯାହା ଆଡମ୍ବରରେ ପ୍ରସ୍ତୁତ କରାଯାଉଥିବା ବେଳେ ଆମେ ଯାହା ପାଇଛୁ ତାହାକୁ ନେଇ ଆମେ ଖୁସି ଅଛୁ । ନିର୍ଦ୍ଦେଶକ କହିଛନ୍ତି ଏହି ଫିଲ୍ମ ଦର୍ଶକଙ୍କ ପାଇଁ ଏକ ଭିଜୁଆଲ ଟ୍ରିଟ ହେବାକୁ ଯାଉଛି । ବିନା କୌଣଓି ବାଧାରେ ଆମେ ସ୍ପେନରେ ଏତେ ସୁନ୍ଦର ଭାବରେ ସିଡ୍ୟୁଲ ପୁରା କରିଛୁ ଯାହା ସମ୍ପୂର୍ଣ୍ଣ ପ୍ରଡକସନ ପାଇଁ ବଡ ଅନୁଭୁତି ।
ସିଦ୍ଧାର୍ଥ କହିଛନ୍ତି ଆମ ନିକଟରେ ପଠାନକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାର ସମ୍ପୂର୍ଣ୍ଣ ଲକ୍ଷ୍ୟ ରହିଛି । ନିର୍ଦ୍ଦେଶକ କହିଛନ୍ତି ତାଙ୍କର ପ୍ରତିଟି ଫିଲ୍ମ ପୂର୍ବରୁ ସେ ପୁରୁଣା ଫିଲ୍ମକୁ ପାସୋରି ଯାଇ ଦର୍ଶକଙ୍କଠାରୁ ନୂଆ ଅନୁଭବ ହାସଲ କରିବାକୁ ଚାହାଁନ୍ତି । ପଠାନ ପାଇଁ ବି ସେ ଏମିତି ଭାବିଥିବା କହିଛନ୍ତି ।
ସୂଚନାଯୋଗ୍ୟ, ପଠାନ ୨୫ ଜାନୁୟାରୀ ୨୦୨୩ରେ ହିନ୍ଦି, ତାମିଲ ଓ ତେଲଗୁରେ ରିଲିଜ ହେବ ।

Share