ପାଠକ ବାପାପୁଅଙ୍କୁ ମିଳିଲା ଜାମିନ: ହେଲେ ବାହାରିପାରିବେନି ଜେଲ୍‌ରୁ

ଭୁବନେଶ୍ୱର, ୯।୬(ବ୍ୟୁରୋ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ପାଠକ ବାପାପୁଅ ଗତ ବର୍ଷ ଗିରଫ ହୋଇଥିଲେ। ତେବେ ବୁଧବାର ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ହୋଇଥିବା ଠକେଇ ଅଭିଯୋଗରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ହାଇକୋର୍ଟରୁ ଜାମିନ ମିଳିଛିl ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ପାଠକ ବାପାପୁଅ ଏବେ ଜେଲରୁ ବାହାରିବା ସମ୍ଭବପର ନୁହେଁ ।
ସୂଚନାଯୋଗ୍ୟ, ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ନେଇ ଗୋଳନ୍ଥରା ଥାନାରେ ଉଭୟ ବାପାପୁଅଙ୍କ ନାଁରେ ଅଭିଯୋଗ ହୋଇଥିଲା।

Share