ଭୁବନେଶ୍ୱର, ୫।୧୨(ବ୍ୟୁରୋ): ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଥରେ ଶନିବାର ଜେଲ ଗଲେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ। ଜେଲ ଯିବାବେଳେ ଅଭୟକାନ୍ତଙ୍କ କହିଛନ୍ତି ଯେ, ସବୁ ପ୍ରମାଣ ଦେବି। ମୋ ବିରୋଧରେ ଷଡଯନ୍ତ୍ର ହୋଇଛି ବୋଲି ସେ କହିଛନ୍ତି। ଏହାଛଡ଼ା ପୁଅ ଟାଟାରେ ଚାକିରି କରୁଥିବା ପ୍ରଶ୍ନରେ ଉତ୍ତର ରଖି କହିଛନ୍ତି ଯେ, ରପୁଅ ଏବେ ବି ଚାକିରି କରୁଛି ବୋଲି ଅଭୟକାନ୍ତ କହିଛନ୍ତି।
ଏହା ପୂର୍ବରୁ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର ହେବା ବେଳେ ଅଭୟକାନ୍ତ ଙ୍କ ପୁଅ ଆକାଶ ପାଠକ କହିଥିଲେ ଯେ, ମୁଁ ଟାଟାରେ ଚାକିରି କରୁଥିଲି । ଏବେ କିନ୍ତୁ ଟାଟା ମୋତେ ସପୋର୍ଟ କରୁନି ବୋଲି ସେ କହିଥିଲେ ।