ରିଲିଜ୍‌ ପୂର୍ବରୁ ବିବାଦରେ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ସହିତ ଦୀର୍ଘ ଚାରି ବର୍ଷ ପରେ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମଟି ଆସନ୍ତା ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଇତି ମଧ୍ୟରେ ନିକଟରେ ରିଲିଜ୍‌ ହୋଇଥିବା ଗୀତ ‘ବେସର୍ମ ରଙ୍ଗ’କୁ ନେଇ ପୂର୍ବରୁ ବିବାଦ ଦେଖାଯାଇଛି। ଟୁଇଟ୍‌ରରେ #pathan ଟ୍ରେଣ୍ଡ କରୁଛି। ଏପରିକି ‘ବେସର୍ମ ରଙ୍ଗ’କୁ ନେଇ ପରିହାସ କରାଯାଉଥିବା ବେଳେ ଗୀତଟି କପି ହୋଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହି ଫିଲ୍ମର ଗୀତକୁ ବିରୋଧ କରିଛନ୍ତି। ଫିଲ୍ମର ଗୀତର କିଛି ଦୃଶ୍ୟ ହଟାଇବାକୁ ସେ କହିଛନ୍ତି। ଯଦି ଆପତ୍ତିଜନକ ପୋଷାକ ଥିବା ଦୃଶ୍ୟ ହଟାଯାଏ ନାହିଁ, ତେବେ ଫିଲ୍ମଟି ମଧ୍ୟପ୍ରଦେଶ ରିଲିଜ୍‌ ହେବ କି ନାହିଁ ତାହା ବିଚାର କରାଯିବ ବୋଲି ଗୃହମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେହିପରି ୟୁପିର ଅଯୋଧ୍ୟାରେ ମଧ୍ୟ ସନ୍ଥ ସମାଜ‘ପଠାନ’ର ନୂଆ ଗୀତକୁ ବିରୋଧ କରିଛନ୍ତି। ଏହାସହ ଶାହରୁଖ ଖାନଙ୍କୁ ସନାତନ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି।

Share