୨ ଦିନରେ ୧୦୦ କୋଟି ଆୟ କଲା ‘ପଠାନ’

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନଙ୍କ କମ୍‌ବ୍ୟାକ୍‌ ଫିଲ୍ମ ‘ପଠାନ’ ଜବରଦସ୍ତ ପ୍ରଦର୍ଶନ କରିଛି। ବକ୍ସ ଅଫିସ୍‌ରେ ପ୍ରଥମ ଦିନରେ ରେକର୍ଡ କରିଥିବା ‘ପଠାନ’ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି।
ସମସ୍ତ ବିବାଦ ପରେ ମୁକ୍ତିଲାଭ କରିଥିବା ‘ପଠାନ’ର କ୍ରେଜ କିନ୍ତୁ ଥମିବାର ନାଁ ନେଉନାହିଁ। ‘ପଠାନ’ ବକ୍ସ ଅଫିସ୍‌ କଲେକ୍ସନ ଦୃଷ୍ଟିରୁ କେଜିଏଫ ୨ ଏବଂ ଓ୍ବାର୍‌ ଭଳି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି। ଫିଲ୍ମଟି ପ୍ରଥମ ଦିନରେ ହିନ୍ଦୀ ଭାଷାରେ ୫୫ କୋଟି ସଂଗ୍ରହ କରିଥିବାବେଳେ ଏହା ଅନ୍ୟ ଭାଷାରେ ୨ କୋଟି ରୋଜଗାର କରିଥିଲା। ଦ୍ୱିତୀୟ ଦିନ ଅର୍ଥାତ୍‌ ୨୬ ଜାନୁଆରୀରେ ଛୁଟି ଥିବାର ସମ୍ପୂର୍ଣ୍ଣ ଲାଭ ପାଇଛି। ଫିଲ୍ମଟି ପ୍ରଥମ ଦିନ ଅପେକ୍ଷା ଅଧିକ ସଂଗ୍ରହ କରିଥିଲା। ‘ପଠାନ’ ଦ୍ୱିତୀୟ ଦିନରେ ୬୫ କୋଟି ଟଙ୍କା ଆୟ କରିଛି। ଏହା ସହିତ ଫିଲ୍ମର ମୋଟ ରୋଜଗାର ସଂଖ୍ୟା ମାତ୍ର ଦୁଇ ଦିନ ମଧ୍ୟରେ ୧୦୦ କୋଟି ଅତିକ୍ରମ କରିଛି। ଅର୍ଥାତ୍‌ ଫିଲ୍ମର ମୋଟ ସଂଗ୍ରହ ୧୨୨ କୋଟିରେ ପହଞ୍ଚିଛି।
କେଜିଏଫ ୨ (ହିନ୍ଦୀ) ଦୁଇ ଦିନରେ ୧୦୦.୭୪ କୋଟି ଟଙ୍କା ଆୟ କରିଥିବାବେଳେ ବାହୁବଳୀ ୨ ଦୁଇ ଦିନରେ ୮୧.୫ କୋଟି ଟଙ୍କା ସଂଗ୍ରହ କରି୍‌ତ୍ଲା। ଏଭଳି ପରିସ୍ଥିତିରେ ‘ପଠାନ’ ଦୁଇ ଦିନ ରୋଜଗାର କ୍ଷେତ୍ରରେ ଏହି ଦୁଇଟି ଫିଲ୍ମଠାରୁ ବହୁତ ଆଗରେ ଅଛି।
ଶାହରୁଖ ଖାନଙ୍କ ବ୍ୟତୀତ ଦୀପିକା ପାଦୁକୋନ, ଜନ ଅବ୍ରହାମ, ଆଶୁତୋଷ ରାଣା ଏବଂ ଡିମ୍ପଲ କାପାଡିଆଙ୍କ ଭଳି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ’ରେ ୍‌ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହି ୍ଫିଲ୍ମରେ କିଙ୍ଗ ଖାନ ଜଣେ ‘ର’ ଏଜେଣ୍ଟ ଭୂମିକାରେ ଅଭିନୟ କରୁଥିବାବେଳେ ଜନ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ‘ପଠାନ’ରେ ଶାହରୁଖ ଖାନଙ୍କ ଲୁକକୁ ବହୁତ ପ୍ରଶଂସା କରାଯାଉଛି। ‘ପଠାନ’ ୨୫୦ କୋଟି ବଜେଟରେ ପ୍ରସ୍ତୁତ ହୋଇଛି। ଏହି ଫିଲ୍ମ ବିଶ୍ୱବ୍ୟାପୀ ୮ ହଜାର ପରଦାରେ ମୁକ୍ତିଲାଭ କରିଥିଲା।

Share