ବାଂଲାଦେଶରେ ରିଲଜ ହେବ ‘ପଠାନ’

ମୁମ୍ବାଇ: ଶାହାରୁଖ ଖାଁ, ଦୀପିକା ପାଦୁକୋନ ଓ ଜନ ଆବ୍ରାହମଙ୍କ ମୁଭି ‘ପଠାନ’ ସାରା ବିଶ୍ୱରେ ବକ୍ସ ଅଫିସରେ ତେହେଲକା ମଚେଇ ଦେଇଛି। ଦୀର୍ଘ ପ୍ରାୟ ୪ ବର୍ଷ ପରେ ବଡ ପରଦାକୁ ଫେରିଥିବା କିଙ୍ଗ ଖାଁଙ୍କ ଜବରଦସ୍ତ ଲେଉଟାଣି ପରେ ହିନ୍ଦି ମୁଭିର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ହୋଇଯାଇଛି ପଠାନ। ଏହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ସାରା ବିଶ୍ୱରେ ନିଜର ଜଲଓ୍ବା ଦେଖାଇଥିବା ପଠାନ ଏବେ ପଡୋଶୀ ଦେଶରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଗଲାଣି। ପଠାନ ଭାରତ ସମେତ ପ୍ରାୟ ୧୦୦ ଦେଶରେ ୨୫ ଜାନୁୟାରୀରେ ରିଲିଜ ହୋଇଥିଲା। ରିଲିଜର ପ୍ରଥମ ଦିନରୁ ହିଁ ଫିଲ୍ମ ଦମଦାର ଆୟ କରିବା ଆରମ୍ଭ କରିଥିଲା। ଏବେ ପ୍ରାୟ ସାଢେ ତିନି ମାସ ପରେ ପଠାନ ବାଂଲାଦେଶରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଯାଇଛି। ବାଂଲାଦେଶରେ ମୁଭି ୧୨ ମେ’ରେ ରିଲିଜ ହେବ ବୋଲି କୁହାଯାଉଛି।
୧୯୭୧ ପରେ ପଠାନ ପ୍ରଥମ ହିନ୍ଦୀ ମୁଭି ଭାବେ ବାଂଲାଦେଶରେ ରିଲିଜ ହେବାକୁ ଯାଉଛି। ୟଶରାଜ ଫିଲ୍ମସ ବାଂଲାଦେଶର ଅଥରିଟିଜକୁ ମୁଭି ରିଲିଜକୁ ନେଇ ଧନ୍ୟବାଦ ଦେଇଛି। ୟଶରାଜର ନେଲସନ ଡିସୁଜା କହିଛନ୍ତି, ବାଂଲାଦେଶରେ ଶାହାରୁଖଙ୍କର ଅନେକ ପ୍ରଶଂସକ ରହିଛନ୍ତି।

Share