Categories: ଜାତୀୟ

୪ ବର୍ଷ ପୂର୍ବେ ଏକ ଟୁଇଟ୍‌ କରି ଅଡୁଆରେ ଥିଲେ କେଜ୍‌ରିଓ୍ବାଲ, ଏବେ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୮: ଆମ ଆଦମୀ ପାର୍ଟି (ଏଏପି) ନେତା ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପଠାନକୋଟ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରାୟ ୪ ବର୍ଷ ପୂର୍ବେ ପଠାନକୋଟ କୋର୍ଟରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି। ୨୦୧୯ ଏପ୍ରିଲ ୧୧ରେ ମୁଖ୍ୟମନ୍ତ୍ରୀଙ୍କ ଏକ ଟୁଇଟ୍‌ ପରେ ଏହି ପିଟିଶନ ଦାଖଲ କରାଯାଇଥିଲା, ଯେଉଁଥିରେ ସେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପୁଲୱାମା ଆକ୍ରମଣ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାହାଯ୍ୟ କରିବା ବିଷୟରେ ଟୁଇଟ କରିଥିଲେ।

Share