Categories: ଜାତୀୟ

କଂଗ୍ରେସରେ ଯୋଗଦେବେ ପଟିଦାର ନେତା

ଅହମଦାବାଦ,୨୪।୪: ଗୁଜରାଟ ପଟିଦାର ନେତା ନରେଶ ପଟେଲ କଂଗ୍ରେସରେ ଯୋଗଦେଇପାରନ୍ତି। ସେ ଶନିବାର ନୂଆଦିଲ୍ଲୀରେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ଭେଟିଛନ୍ତି ଓ ଖୁବ୍‌ଶୀଘ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପଟିଦାର ନେତାଙ୍କୁ ନିଜ ଦଳରେ ନେବା ଲାଗି ଭାଜପା, କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି କିଛି ମାସ ହେଲା ଉଦ୍ୟମ ଜାରି ରଖିଛନ୍ତି। ତେବେ ସେ କେଉଁ ଦଳରେ ଯୋଗଦେବେ ପଟେଲ ସମାଜର ପରାମର୍ଶ କ୍ରମେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କହିଆସୁଛନ୍ତି। ମା’ ଖୋଦିୟାର ମନ୍ଦିର ପରିଚାଳନା କରୁଥିବା ଶ୍ରୀ ଖୋଦାଲଧାମ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି ନରେଶ ପଟେଲ। ସେ ପଟିଦାର ସମ୍ପ୍ରଦାୟର ଲେଉଭା ପଟେଲ ଉପଜାତିର। ଏହି ସମ୍ପ୍ରଦାୟର ଭୋଟ ଅନେକ ଆସନର ଭାଗ୍ୟ ନିର୍ଦ୍ଧାରଣ କରିଥାଏ।

Share