ବାରଣ୍ଡାରେ ରୋଗୀ ସେବା

ବାରିପଦା,୨୦ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ଶିଶୁ ବିଭାଗରେ ଅଗ୍ନିକାଣ୍ଡ ପରେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶନିବାର ଡାକ୍ତରଖାନା ବାରଣ୍ଡାରେ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି। ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅପରେଶନ ଥିଏଟର ଓ ୱାର୍ଡକୁ ବିଶୋଧନ ପୂର୍ବକ ସଫା କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଅପରେଶନ ଥିଏଟରକୁ ପୁନଃ କାର୍ଯ୍ୟକ୍ଷମ ସହ ୩ ଦିନ ମଧ୍ୟରେ ପରିସ୍ଥିତି ସ୍ବାଭାବିକ କରି ଅସ୍ତ୍ରୋପଚାର ଆରମ୍ଭ କରିବାକୁ ଜିଲାପାଳ ବିନୀତ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ଜ୍ଞାନେନ୍ଦ୍ର ମହାନ୍ତି କହିଛନ୍ତି, ରୋଗୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କର୍ମଚାରୀଙ୍କ ସହ ଆଲୋଚନା କରାଯାଉଛି। ଜରୁରିକାଳୀନ ସେବା ପାଇଁ ଅର୍ଥୋପେଡିକ ଅପରେଶନ ଥିଏଟରକୁ ବ୍ୟବହାର କରାଯାଉଥିବା ବେଳେ ପ୍ରସୂତିଙ୍କ ନିମନ୍ତେ ଏକ ଲେବରରୁମ୍‌ ବ୍ୟବସ୍ଥା କରାଯାଇଛି। ଖୁବ୍‌ଶୀଘ୍ର ଅପରେଶନ ଥିଏଟର ମରାମତି କାର୍ଯ୍ୟ କରାଯାଇ ପରିସ୍ଥିତିକୁ ସ୍ବାଭାବିକ କରାଯିବ।
ଶର୍ଟସର୍କିଟ ଯୋଗୁ ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ୭ ମହଲା କୋଠାର ତୃତୀୟ ମହଲାରେ ଥିବା ଅପରେଶନ ଥିଏଟରରୁ ନିଆଁ ଲାଗିଥିଲା। ଏଥିରେ ପାଖାପାଖି କୋଟିଏ ଟଙ୍କାର ଆସବାବପତ୍ର, ମେଶିନ ଓ ଯନ୍ତ୍ରାଂଶ ପୋଡ଼ି ଛାରଖାର ହୋଇଯାଇଛି। ୨ଶହରୁ ଊର୍ଦ୍ଧ୍ୱ ଶିଶୁ ଓ ସର୍ଜରି ପ୍ରସୂତି ରୋଗୀ ଚିକିତ୍ସାଧୀନ ଥିବା ବେଳେ ନିଆଁ ଓ ଧୂଆଁ ଯୋଗୁ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ମେଡିକାଲ କର୍ମଚାରୀ ଉପସ୍ଥିତ ବୁଦ୍ଧି ଘଟାଇ ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାରୁ ବଡ଼ ବିପଦ ଟଳିଯାଇଥିଲା। ଏଭଳି ସ୍ଥିତିରେ ୭ ମହଲା କୋଠାରେ ଥିବା ସମସ୍ତ ରୋଗୀକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁ ଓ ପ୍ରସୂତିଙ୍କୁ ଡାକ୍ତରଖାନା ବାରଣ୍ଡାରେ ଚିକିତ୍ସା କରାଯାଉଛି। ଗୁରୁତର ରୋଗୀମାନେ ଉପଯୁକ୍ତ ସେବାରୁ ବଞ୍ଚତ୍ତ ରହୁଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ଓ କର୍ମଚାରୀମାନେ ଚଳପ୍ରଚଳ କରିବାରେ ଅସୁବିଧା ପରିଲକ୍ଷିତ ହୋଇଛି। ପରିସ୍ଥିତିକୁ ସ୍ବାଭାବିକ କରିବା ପାଇଁ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କାର୍ଯ୍ୟକ୍ରମ ଜାରି ରହିଛି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପ୍ରତି ମହଲାକୁ ଯାଞ୍ଚ କରାଯାଉଥିବା ବେଳେ ଅପରେଶନ ଥିଏଟରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ମୁଖ୍ୟାଳୟକୁ ଆସୁଥିବା ଜିଲା ତଥା ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଲୋକମାନେ ଏଭଳି ଦୁର୍ଘଟଣା ଯୋଗୁ ଭୟଭୀତ ହୋଇପଡ଼ିଛନ୍ତି। ଆବଶ୍ୟକ ଶଯ୍ୟାଠାରୁ ବହୁଗୁଣାରେ ରୋଗୀ ଚିକିତ୍ସିତ ହେଉଥିବାରୁ ଡାକ୍ତର ଓ କର୍ମଚାରୀମାନେ ଠିକ୍‌ ଭାବେ ସେବା ଯୋଗାଇପାରୁନାହାନ୍ତି। ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ପାଇଁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri