ରୋଗୀ ସୁରକ୍ଷା: ସଚେତନତାରୁ ବିପଦ ଟଳିବ

ଜଗତ୍‌ସିଂହପୁର ଅଫିସ, ୧୮।୯: ରୋଗୀଙ୍କ ସୁରକ୍ଷା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏନେଇ ସମନ୍ବୟ ରକ୍ଷା ସହିତ ଉତ୍ତରଦାୟୀ ପଦକ୍ଷେପ ନିଆଯିବା ନିମନ୍ତେ ସାରା ବିଶ୍ୱରେ ସେପ୍ଟେମ୍ବର ୧୭ ତାରିଖକୁ ରୋଗୀ ସୁରକ୍ଷା ଦିବସ ଭାବେ ପାଳନ କରାଯାଉଛି। ଅସୁରକ୍ଷିତ ଭାବେ ଔଷଧ ସେବନ ଯୋଗୁ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳୁଛି। ଅନେକ ଜୀବନ ଅକାଳରେ ଝଡ଼ିଯାଉଛି। ଉଭୟ ଜନସାଧାରଣ ଏବଂ ସ୍ବାସ୍ଥ୍ୟସେବା ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ତ୍ରୁଟି, ଅବହେଳା ଓ ଅସଚେତନତା ଏଥିପାଇଁ ଦାୟୀ। ମହାମାରୀ କୋଭିଡ୍‌ ସମୟରେ ଅସୁରକ୍ଷିତ ଔଷଧ ସେବନ ଏବଂ ତଜ୍ଜନିତ ଗୁରୁତର ସ୍ବାସ୍ଥ୍ୟହାନି ଘଟଣାମାନ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏହି ଧାରା ଜାରି ରହିବା ସହ ମାନବଜାତି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜନ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଶ୍ୱ ରୋଗୀ ସୁରକ୍ଷା ଦିବସର ଥିମ୍‌ ବା ବିଷୟବସ୍ତୁ ରହିଛି ‘ମେଡିକେସନ୍‌ ଓ୍ବିଦ୍‌ଆଉଟ୍‌ ହାର୍ମ’ ବା ‘ବିନା କ୍ଷତିକାରକ ଔଷଧ’। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଖୋଦ୍‌ ସରକାରୀ ହସ୍ପିଟାଲଗୁଡ଼ିକରେ ମୂଲ୍ୟହୀନ ହୋଇଯାଉଛି। କାରଣ ରୋଗୀ ସୁରକ୍ଷା ପାଇଁ ଅନେକେ ସଚେତନ ଥିବା ଭଳି ମନେ ହେଉନାହିଁ। ରୋଗୀଙ୍କ ଉପଚାରରେ ଅସୁରକ୍ଷିତ ଔଷଧ ବ୍ୟବହାର ହେଉଥିବା ନଜିର ରହିଛି।
ଦିବସର ମୂଳ ଲକ୍ଷ୍ୟ ହେଲା ଅସୁରକ୍ଷିତ ଔଷଧ ସେବନ ଅଭ୍ୟାସ ଏବଂ ତଜ୍ଜନିତ ବିପଦ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଔଷଧଜନିତ ତ୍ରୁଟିକୁ ପ୍ରତିରୋଧ କରିବା ପାଇଁ ତୃତୀୟ ପକ୍ଷ ନିଯୁକ୍ତ ଉପରେ ଗୁରୁତ୍ୱ ଦେବା। ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ଜ୍ଞାନ ଦେବା। କିନ୍ତୁ ଜିଲାରେ ବିଭିନ୍ନ ଔଷଧ ଦୋକାନରେ ଅବାଧରେ ବ୍ୟାନ୍‌ ଏବଂ ନକଲି ଔଷଧ ବିକ୍ରୟ ଚାଲିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଔଷଧ ଦୋକାନୀ କହିଛନ୍ତି ଲାସା (ଲୁକ୍‌ ଆଲାଇକ୍‌ ସାଉଣ୍ଡ ଆଲାଇକ୍‌) ଭଳି କିଛି ଔଷଧ ଅଛି, ଯାହ ଭ୍ରମ ସୃଷ୍ଟି କରେ। ପ୍ରେସ୍‌କ୍ରିପ୍‌ଶନ୍‌କୁ ଠିକ୍‌ ଭାବେ ପଢ଼ି ନ ପାରି କେତେଜଣ ଦୋକାନୀ ଭୁଲ୍‌ ଔଷଧ ଦେଇଦିଅନ୍ତି। ଫଳରେ ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ବିପଦରେ ପଡ଼ିଥାଏ। ତେଣୁ ଏଥିପ୍ରତି ସଚେତନ ଓ ସତର୍କ ରହିବା ଆବଶ୍ୟକ। ରୋଗୀ ଔଷଧ କିଣିଲା ପରେ ଡାକ୍ତରଙ୍କୁ ଦେଖାଇ ନେବା ଉଚିତ। କିନ୍ତୁ ଅନେକ ସମୟରେ ଡାକ୍ତରଙ୍କ ସହ ପୁନଃ ଦେଖା କରିବା କଷ୍ଟକର ହେଉଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ଔଷଧ କିଣି ଘରକୁ ପଳାଇଥାନ୍ତି। ତା’ ପରେ ଏହା ସେବନ କରି ଅଧିକ ଅସୁସ୍ଥ ହୋଇଥାନ୍ତି। କେତେଜଣ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଠିକଭାବେ ରୋଗ ନିରୂପଣ ପାଇଁ ଆନ୍ତରିକତା ପ୍ରକାଶ କରନ୍ତି ନାହିଁ। ତରତର ହୋଇ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖାଯାଉଥିବାରୁ ରୋଗୀ ଅଧିକ ଅସୁସ୍ଥ ହେଉଛନ୍ତି। ତେଣୁ ସଚେତନତାରୁ ବିପଦ ଟଳିପାରିବ ଏବଂ ରୋଗୀଙ୍କ ସୁରକ୍ଷା ସମ୍ଭବ ହେବ ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡ. କ୍ଷେତ୍ରବାସୀ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଔଷଧ କିଣିଲା ପରେ ଡାକ୍ତରଙ୍କୁ ଦେଖାଇବା ଉଚିତ। କିନ୍ତୁ ଅନେକ ଏହା ଦେଖାଇ ପାରନ୍ତି ନାହିଁ। ଯେଉଁ କାରଣରୁ ଅସୁବିଧା ସୃଷ୍ଟି ହୁଏ। କେତେକ ସରକାରୀ ଔଷଧ ଓ ସାଲାଇନ୍‌ର ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି। ଯେତେବେଳେ ଏହା ଜଣାପଡୁଛି ସଙ୍ଗେସଙ୍ଗେ ତା’ର ବ୍ୟବହାରକୁ ବନ୍ଦ କରାଯିବା ସହ ପରୀକ୍ଷା ପାଇଁ ଡ୍ରଗ୍ସ ଇନସ୍‌ପେକ୍ଟରଙ୍କୁ ନମୁନା ଦିଆଯାଉଛି । ଏଥିସହ ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଯାଉଥିବା ସିଡିଏମ୍‌ଓ କହିଛନ୍ତି।
ରୋଗୀ ସୁରକ୍ଷା ପାଇଁ ଶପଥ ପାଠ
ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ନୂଆ ଓପିଡି କନ୍‌ଫରେନ୍ସ ହଲ୍‌ରେ ଜିଲାସ୍ତରୀୟ ବିଶ୍ୱ ରୋଗୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ ଓ ଏଡିଏମ୍‌ଓ (ମେଡିକାଲ) ଡା. ନିମାଇଁ ଚରଣ ନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଶତ୍ରୁଘ୍ନ ଦାଶ, ଭେଷଜ ବିଶେଷଜ୍ଞ ଡା. ଶୀହର୍ଷ ଦାଶ, ବରିଷ୍ଠ ମେଡିକାଲ ଅଫିସର ଡା. ସ୍ବର୍ଣ୍ଣଲତା ଦେବୀ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ହିମାଂଶୁ ଶେଖର ଆଚାର୍ଯ୍ୟ ଓ ଡା. ଦୀପ୍ତିରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ। ଏନ୍‌ଏଚ୍‌ଏମ୍‌ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ କିଛି ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ସେଥିମଧ୍ୟରୁ କେତୋଟି ଭଲ ଚିତ୍ର ରାଜ୍ୟକୁ ପଠାଯାଇଥିବା ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଏପିଏମ୍‌ (ଅର୍ବାନ ହେଲ୍‌ଥ) ମମତା ଦାଶ ସହଯୋଗ କରିଥିବାବେଳେ ଶେଷରେ ହସ୍ପିଟାଲ ପରିଚାଳକ ଶକ୍ତିମୟୀ ସାମଲ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri