ରୋଗୀଙ୍କୁ ମିଳୁନାହିଁ ଆବଶ୍ୟକ ସୁବିଧା

କେନ୍ଦୁଝର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ରୋଗୀଙ୍କୁ ଉପଯୁକ୍ତ ସୁବିଧା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି ଧରଣୀଧର ସରକାରୀ ମେଡିକାଲ କଲେଜ ଡାକ୍ତରଖାନାରେ। ଏଠାରେ ଜିଲା ଏବଂ ଜିଲା ବାହାରୁ ଦୈନିକ ଶହ ଶହ ରୋଗୀ ଆସୁଛନ୍ତି। କିନ୍ତୁ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ମିଳୁନାହିଁ। ବେଡ ଅଭାବରୁ ଅନେକ ଓ୍ବାର୍ଡରେ ରୋଗୀ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସେହିପରି ମୁଖ୍ୟ ଶତବାର୍ଷିକୀ କୋଠାରେ ଆଉଟଡୋର ନିକଟରେ ଥିବା ଥଣ୍ଡା ପାଣି ପ୍ରକଳ୍ପ ଅଚଳ ହୋଇଯାଉଥିବାରୁ ରୋଗୀମାନେ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପୁରୁଷମାନଙ୍କ ପାଇଁ ଥିବା ଟଏଲେଟରେ ଦୀର୍ଘ ବହୁ ଦିନ ହେଲା ତାଲା ପଡିଛି। ଅନେକ ସମୟରେ ପ୍ରବଳ ଭିଡ ହେଉଥିବାରୁ ଅଧିକ କାଉଣ୍ଟର ଖୋଲିବାକୁ ଦାବି ହେଉଛି। ରୋଗୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବାକୁ ପଡୁଛି ବୋଲି ସାମାଜିକ କର୍ମୀ ବ୍ରଜ କିଶୋର ରାୟ କହିଛନ୍ତି।ଏନେଇ ଡାକ୍ତରଖାନା ପରିଚାଳକ ଙ୍କୁ ଫୋନ ରେ ଯୋଗାଯୋଗ କରିଥିଲେ ହେଁ ନ ଉଠାଇବାକୁ ମତାମତ ନିଆଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର ଧରିବାକୁ ଆସି ଅବକାରୀ ଟିମ୍‌ ହଟହଟା, ଗାଡ଼ି ଚାବି ଛଡ଼ାଇ ନେବା ସହ ମୁଲତାନୀ ମାଟିକୁ କହିଲେ…

ଜଳେଶ୍ୱର,୨୩ା୧୨(ନବୀନ ସାହୁ): ବ୍ରାଉନସୁଗାର ଧରିବାକୁ ଆସି ଜଳେଶ୍ୱର ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଅଭିଯୋଗ ଅନୁଯାୟୀ,...

ଗର୍ଜିଲେ ତାରା: ୨୫ ସୁଦ୍ଧା ମଣ୍ଡିରୁ ଧାନ ନ ଉଠିଲେ ଅସମ୍ଭାଳ ହେବ ସ୍ଥିତି

କୋରାପୁଟ,୨୩ା୧୨: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ତାରା କହିଛନ୍ତି, ଆସନ୍ତା ୨୫ ତାରିଖ...

ବାର୍‌ହା ମାଂସ ଜବତ କଲା ବନ ବିଭାଗ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ନୂଆପଡ଼ା ସେକ୍ସନ ଯୋଗିଆପଲ୍ଲୀ ଗ୍ରାମର ନୀଳାମ୍ବର ମଳିକଙ୍କଠାରୁ ଲୋମଯୁକ୍ତ ପ୍ରାୟ ୨ କେଜି ବାର୍‌ହା ମାଂସକୁ...

ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା,୨୩ା୧୨: କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢ଼ାଡଙ୍ଗର ଲୋକ ମହୋତ୍ସବ ପ୍ରଥମ ଦିବସରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ରବିବାର ଅନୁଷ୍ଠିତ...

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri