ପାରାଦୀପ,୨୯।୧୨(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଗଡ଼ ଗ୍ରାମରେ ସୋମବାର ଏକ ଔଷଧ ଦୋକାନରୁ ଇଞ୍ଜେକଶନ୍ ନେବା ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରବୀନ୍ଦ୍ର ସାହୁ (୪୫)। ଏନେଇ ତାଙ୍କ ସ୍ତ୍ରୀ ମୀନା ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ମୁତାବକ ରବୀନ୍ଦ୍ର ଅସୁସ୍ଥ ଥିଲେ। ଏନେଇ ମୀନା ତାଙ୍କୁ ନେଇ ନିକଟସ୍ଥ ଔଷଧ ଦୋକାନକୁ ଯାଇଥିଲେ। ସେଠାରେ ଦୋକାନୀ ତାଙ୍କୁ ୨ଟି ଟାବ୍ଲେଟ୍ ଖାଇବାକୁ ଦେବା ସହ ୨ଟି ଇଞ୍ଜେକଶନ୍ ଦେଇଥିଲେ। ରବୀନ୍ଦ୍ର ଗୁରୁତର ହୋଇଯାଇଥିଲେ। ତାଙ୍କୁ ପାରାଦୀପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।