ରୋଗୀ ପାଇବେ ଉନ୍ନତମାନର ଚିକିତ୍ସା ସୁବିଧା

କଟକ,୨ା୨(ଶିଳ୍ପା ପ୍ରିୟଦର୍ଶିନୀ): ଆସନ୍ତା ୧୫ ଦିନ ମଧ୍ୟରେ ସିଟି ହସ୍ପିଟାଲ ବା କଟକ ଜିଲା ମୁଖ୍ୟ ଚିକିତ୍ସାଳୟର ନବୀକରଣ କାର୍ଯ୍ୟ ଶେଷ ହେବ। ୭କୋଟି ଟଙ୍କା ବ୍ୟୟରେ ଆର୍‌ଆଣ୍ଡବି ବିଭାଗ ଏହି କାମ କରୁଛି। ଆମ ହସ୍ପିଟାଲ ଯୋଜନାରେ ଏହି ଚିକିତ୍ସାଳୟକୁ ଗତ ନଭେମ୍ବର ୧୫ରେ ସାମିଲ କରାଯାଇଥିଲା। ନବୀକରଣ କାର୍ଯ୍ୟ ଗତ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବା ପାଇଁ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା। ହେଲେ ତାହା ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଆମ ହସ୍ପିଟାଲ ଯୋଜନାରେ ସାମିଲ ଥିବା ଚିକିତ୍ସାଳୟଗୁଡ଼ିିକର ନବୀକରଣ କାର୍ଯ୍ୟକୁ ଫେବୃଆରୀ ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଯୋଗେ ଉଦ୍‌ଘାଟନ କରିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଗତ ଜାନୁଆରୀରେ ସୂଚନା ଦିଆଯାଇଥିଲା। ପରେ ଏନେଇ ଜାନୁଆରୀ ୧୦ରେ ପୂର୍ବତନ ଜିଲାପାଳ ନରହରି ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଫେବୃଆରୀ ୨୫ରେ ହେବାକୁ ଥିବା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ କୌଣସି କାରଣରୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି।
ଏନେଇ ଏଡିଏମ୍‌ଓ ଡ. ସୁଧାଂଶୁ କୁମାର ଗିରି କହିଛନ୍ତି, ହସ୍ପିଟାଲର ସମସ୍ତ କାମ ସରି ଆସିଲାଣି। ଆସନ୍ତା ୧୫ଦିନ ମଧ୍ୟରେ କାର୍ଯ୍ୟ ସମାପ୍ତ ହୋଇଯିବ। ଗତ ମାସରେ ସୂଚନା ରହିଥିଲା ଯେ, ଫେବୃଆରୀ ୨୫ରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି। ହେଲେ ତାହା ୨୫ ତାରିଖରେ ଉଦ୍‌ଘାଟନ ହେବନାହିଁ। ତେବେ ଅନ୍ୟ କେଉଁ ତାରିଖ ଧାର୍ଯ୍ୟ କରାଯାଇଛି ତା’ର କୌଣସି ସୂଚନା ଏପର୍ଯ୍ୟନ୍ତ ଆମକୁ ମିଳିନାହିଁ। ଏହି ନବୀକରଣ କାର୍ଯ୍ୟ ଫଳରେ ରୋଗୀ ସେବାରେ ବହୁ ସହାୟକ ହେବା ସହ ରୋଗୀମାନେ ସୁବିଧାରେ ହସ୍ପିଟାଲରେ ଚିକିତ୍ସା ପାଇପାରିବେ ବୋଲି ଗିରି କହିଛନ୍ତି।
ସୂଚନାନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟ ନବୀକରଣ କାର୍ଯ୍ୟ ଜାରି ରହିଛି। ଚିକିତ୍ସାଳୟ ପରିସରରେ ୮୦ ଜଣ ବସିବା ପାଇଁ ପ୍ରତୀକ୍ଷା ଗୃହ, ମିଲେଟ କାଫେ, ନୂତନ ଫାଟକ, ସୁରକ୍ଷାକର୍ମୀଙ୍କ ଗୃହ, ପଞ୍ଜୀକରଣ ଗୃହ ନିର୍ମାଣ କରାଯାଇଛି। ପଞ୍ଜୀକରଣ ଗୃହରେ ୬ଟି ଧାଡ଼ି ରହିଛି। ତନ୍ମଧ୍ୟରୁ ଗୋଟିଏ ଧାଡ଼ି ସ୍ବତନ୍ତ୍ର ଭାବେ ବରିଷ୍ଠ ନାଗରିକ ଓ ଗୋଟିଏ ଧାଡ଼ି ଭିନ୍ନକ୍ଷମଙ୍କ ନିମନ୍ତେ ଉଦ୍ଦିଷ୍ଟ। ଚିକିତ୍ସାଳୟ ପରିସରରେ ଥିବା ପ୍ରତ୍ୟେକ ୱାର୍ଡରେ ରୋଗୀଙ୍କ ଶୌଚାଳୟ ନୂତନ ଭାବେ ନିର୍ମାଣ କରାଯାଇଛି। ଔଷଧ ବିତରଣ ଗୃହରେ ୪ଟି ଧାଡ଼ି କରାଯାଇଛି ଯାହା ଭିନ୍ନକ୍ଷମ, ମହିଳା, ପୁରୁଷଙ୍କ ଲାଗି ଉଦ୍ଦିଷ୍ଟ। ଚିକିତ୍ସାଳୟ ପରିସରରେ ଆଲୋକୀକରଣ ଓ ସୋଲାର ବ୍ୟବସ୍ଥା, ପାଥୋଲୋଜି ପରିସରରେ ପଞ୍ଜୀକରଣ ଓ ରକ୍ତନମୁନା ସଂଗ୍ରହ ବ୍ୟବସ୍ଥା, ଚକ୍ଷୁ ବିଭାଗର ନୂତନ ଓପିଡି, ମେଡିକାଲ ପରିସରରେ ୨୦ ଜଣ ରୋଗୀ ସମ୍ପର୍କୀୟଙ୍କ ପାଇଁ ରହଣି ଗୃହ, ହାଇମାଷ୍ଟ ଲାଇଟ ସଂଯୋଗ ଏବଂ ଫେଭର ରାସ୍ତା ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

ଦିଗପହଣ୍ଡିରେ ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ: ଶ୍ରୀରାମଚରିତ ସମଗ୍ର ମାନବ ଜାତିର ମାର୍ଗଦର୍ଶକ

ଦିଗପହଣ୍ଡି,୨୨|୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image