Categories: ଜାତୀୟ

୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର

ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ସାରନରେ ରହୁଥିବା ଜଣେ ୬୧ ବର୍ଷୀୟ ବୃଦ୍ଧଙ୍କ ପେଟ ଫୁଲିଯାଇଥିଲା। ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ତାଙ୍କ ପେଟରେ ପ୍ରାୟ ୨କିଲୋ ୫୦ ଗ୍ରାମ୍‌ର ଟ୍ୟୁମର ରହିଛି। ଏହାପରେ ଡାକ୍ତରଙ୍କ ଏକ ଟିମ୍‌ ବହୁ ଉଦ୍ୟମ କରି ଅପରେଶ୍‌ନ ଦ୍ୱାରା ବୃଦ୍ଧଙ୍କ ପେଟରୁ ଏହି ଟ୍ୟୁମର ସଫଳତାପୂର୍ବକ କାଢ଼ିଥିଲେ। ଅପରେଶନ୍‌ ପରେ ବର୍ତ୍ତମାନ ବୃଦ୍ଧଜଣଙ୍କ ସୁସ୍ଥ ଅଛନ୍ତି। ଏନେଇ ପାଟନା ଏମ୍ସର ଏଚ୍‌ଓଡି ଡାକ୍ତର ଅନୀଲ କୁମାର ସୂଚନା ଦେଇଛନ୍ତି। ତେବେ ଡାକ୍ତରୀ ଟିମ୍‌ର ଏହି କାର୍ଯ୍ୟକୁ ସମସ୍ତେ ବେଶ୍‌ ପ୍ରଶଂସା କରିଛନ୍ତି।

Share