Advertisement

ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମତଦାନ: ହାଇକୋର୍ଟ ନିର୍ଦ୍ଦେଶରେ ଫଳାଫଳ ସଂରକ୍ଷିତ

ପାଟଣା,୪।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ଶୁକାନ୍ତି ନାଏକଙ୍କ ବିରୋଧରେ ଶନିବାର ଅନାସ୍ଥା ପ୍ରସ୍ତାବ ବ୍ଲକ ସଭାଗୃହରେ ଆଗତ ହୋଇଛି । ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଜ୍ଞାତବାସରେ ଥିବା ୩୧ଜଣ ସମିତିସଭ୍ୟ ଓ ସରପଞ୍ଚ ଏକ ବସ୍‌ରେ ଆସି ପହଞ୍ଚିଥିଲେ। ମତଦାନ ପକ୍ରିୟାରେ ବିଧାୟକଙ୍କୁ ମିଶାଇ ମୋଟ ୩୫ଜଣ ସଦସ୍ୟ ଉପସ୍ଥିତଥିଲେ ୩୪ଜଣ ମତଦାନ କରିଥିବା ବେଳେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ଭୋଟ ଦେଇ ନ ଥିଲେ। ପାଟଣା ବିଧାୟକ ଅଖିଳ ନାଏକ ମତଦାନ ପକ୍ରିୟାରେ ଅଂଶ ଗ୍ରହଣ କରିଥିବା ବେଳେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ମତଦାନ ପକ୍ରିୟାରେ ଅଂଶ ଗ୍ରହଣ କରି ନ ଥିଲେ। ପାଟଣା ବ୍ଲକ ଅଧ୍ୟକ୍ଷା କେବଳ ରେଜିଷ୍ଟରରେ ଦସ୍ତଖତ କରି ଚାଲି ଯାଇଥିଲେ।

ପ୍ରିଜାଡିଙ୍ଗ ଅଫିସର ଭାବେ ସାହାରପପଡ଼ା ବିଡଓ ରଞ୍ଜିତ ମହାନ୍ତ ନିଯୁକ୍ତ ହୋଇଥିଲେ। ଏନେଇ ତାଙ୍କୁ ପଚାରିବାରୁ ୩୫ଜଣ ଙ୍କ ମଧ୍ୟରୁ ୩୪ଜଣ ମତ ଦାନ କରିଛନ୍ତି। କୋର୍ଟର ନିର୍ଦେଶ ଥିବାରୁ ଫଳ ପ୍ରକାଶ ହେବ ନାହିଁ। ୧୭ ଜାନୁୟାରୀରେ କୋର୍ଟ ଅର୍ଡର ଆସିଲେ ଯାହା କିଛି ନିଷ୍ପତ୍ତି ନିଆଯିବ। ଭୋଟ ବାକ୍ସକୁ ବ୍ଲକ ଷ୍ଟ୍ରଙ୍ଗରୁମରେ ପୋଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି। ମାଜିଷ୍ଟେଟ ଭାବେ ପାଟଣା ତହସିଲିଦାର ଲୀଳାବତି ନାୟକ ରହିଥିବା ବେଳେ ୨ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ଘଟଗାଁ ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡଆଇନ ଶୃଙ୍ଖଳା ରକ୍ଷା କରିଥିଲେ। ଆଜିର ଘଟଣା କ୍ରମେ ଅନାସ୍ତା ସପକ୍ଷ ବାଦିଙ୍କୁ ନିରୁତ୍ସାହିତ କରିଥିବା ବେଳେ ସାମୟିକ ଭାବେ ବ୍ଲକ ଅଧ୍ୟକ୍ଷା ସୁକାନ୍ତିଙ୍କୁ ଆସ୍ବସ୍ଥି ମିଳିଥିବା ରାଜନୈତିକ ବିସ୍ଲେଶକ କହିଛନ୍ତି। ଗତ ଡସେମ୍ବର ୧୩ ତାରିଖରେ ୧୪ଜଣ ସମିତି ସଭ୍ୟା ଓ ସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଅନାସ୍ତା ପ୍ରସ୍ତାବ କେନ୍ଦୁଝର ଉପ ଜିଲା ପାଳଙ୍କୁ ପ୍ରଦାନ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share