Categories: ଜାତୀୟ

‘ଯାହାକୁ ଭାରତରେ ଡର ଲାଗୁଛି, ସେମାନେ ଆଫଗାନିସ୍ତାନ ପଳାନ୍ତୁ’

ନୂଆଦିଲ୍ଲୀ,୧୮।୮:ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଛି ତାଲିବାନ। କିନ୍ତୁ ଏବେ ଭାରତରେ ଏହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇ ଯାଇଛି। ପ୍ରଥମେ ସମାଜବାଦୀ ପାର୍ଟି ଏମ୍‌ପି ଡାଃ. ସଫିକୁରହମାନ ବର୍କ ତାଲିବାନଙ୍କୁ ସମର୍ଥନ କରି ମନ୍ତବ୍ୟ ଦେବା ପରେ ବିବାଦ ଆରମ୍ଭ ହୋଇଛି। ଏପରିକି ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ଏହାକୁ ଏନେଇ ଭାଜପା ବିଧାୟକ ହରିଭୁଷଣ ଠାକୁର ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ବିହାରରୁ ଭାଜପା ବିଧାୟକ ଥିବା ହରିଭୂଷଣ କହିଛନ୍ତି, ଆଫଗାନିସ୍ତାନ ପରିସ୍ଥିତି ଯୋଗୁ ଭାରତରେ କୌଣସି ପ୍ରଭାବ ପଡିବ ନାହିଁ। ଯାହାକୁ ଭାରତରେ ଡର ଲାଗୁଛି, ସେମାନେ ଆଫଗାନିସ୍ତାନ ପଳାନ୍ତୁ। ସେଠାରେ ପେଟ୍ରୋଲ-ଡିଜେଲ ମଧ୍ୟ ଶସ୍ତା ଅଛି ବୋଲି ସେ କହିଛନ୍ତି।

Share