Categories: ଜାତୀୟ

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ପାଟନା,୨୨ ।୭: ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ବୋମା ଥିବା କଥା ଜଣେ ବ୍ୟକ୍ତି କହିବାରୁ ବିମାନଟିକୁ ପାଟନାରେ ଅଟକାଇ ଦିଆଯାଇଥିଲା । ବ୍ୟକ୍ତି ଜଣକ କହିଥିଲେ ମୋ ବ୍ୟାଗରେ ବୋମା ରହିଛି । ବିମାନର ଯାତ୍ରା ରଦ୍ଦ କରାଯିବା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏହାପରେ ଏୟାରପୋର୍ଟରେ ଥିବା ସୁରକ୍ଷା କର୍ମୀ ଓ ବୋମା ନିରୋଧକ ଟିମ୍ ବିମାନର ଯାଞ୍ଚ କରିଥିଲେ । ଏଥିପାଇଁ ଡଗ୍ ସ୍କ୍ୱାଡର ସହାୟତା ବି ନିଆଯାଇଛି । କେବଳ ସେତିକି ନୁହେଁ ପାଟନା ବିମାନ ବନ୍ଦରର ଚର୍ତୁପାଶ୍ୱର୍କୁ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଯାଞ୍ଚ ପରେ ବିମାନକୁ ଉଡିବା ଅନୁମତି ମିଳିବ ।
ସୂଚନାଯୋଗ୍ୟ, ଗୁରୁବାର ରାତିରେ ମାତାପିତାଙ୍କ ସହ ପାଟନାରୁ ଦିଲ୍ଲୀ ଯାଉଥିବା ଗୁରପ୍ରୀତ ନାମକ ଜଣେ ଯୁବକ ବିମାନରେ ଚଢିବା ପରେ କହିଥିଲେ ମୋ ବ୍ୟାଗରେ ବୋମା ରହିଛି । ଏହାପରେ ତାଙ୍କ ବ୍ୟାଗର ଯାଞ୍ଚ କରାଯାଇଥିଲା । ହେଲେ ତାଙ୍କ ବ୍ୟାଗରେ କୌଣସି ବୋମା ମିଳି ନ ଥିଲା । ପରେ ତାଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ବିମାନଟି ପାଟନାରୁ ରାତି ୮ଟା ୪୫ରେ ଯାତ୍ରା ଆରମ୍ଭ କରିବାର ଥିଲା । ହେଲେ ବୋମା ଆତଙ୍କ ଯୋଗୁ ଏହାକୁ ଅଟକାଇ ଦିଆଯାଇଛି ।

Share