Categories: ଜାତୀୟ

ଦେଶର ସମସ୍ତ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ପାଟନା ହାଇକୋର୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍‌

ପାଟନା,୫।୧: ପାଟନା ହାଇକୋର୍ଟ ସମେତ ଦେଶର ସବୁ କୋର୍ଟକୁ ବୋମାରେ ଉଡାଇଦେବାକୁ ଆସିଛି ଧମକ। ଶୁକ୍ରବାର ଇ-ମେଲ୍‌ ଯୋଗେ ପାଟନା ହାଇକୋର୍ଟକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି। ଖବର ପାଇବା ପରେ ପୋଲିସ, ବୋମା ନିଷ୍କ୍ରୟକାରୀ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛି। ହେଲେ ପାଟନା ହାଇକୋର୍ଟ ପରିସରରେ ବୋମାର କୌଣସି ଚିହ୍ନ ମିଳି ନ ଥିବା ପୋଲିସ ସୂଚନା ଦେଇଛି।
ଘଟଣାକୁ ନେଇ ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲି(ଲ ଆଣ୍ଡଅର୍ଡର) କ୍ରିଷ୍ଣା ମୁରାରୀ ପ୍ରସାଦ କହିଛନ୍ତି, କୋର୍ଟକୁ ଧମକପୂର୍ଣ୍ଣ ମେଲ ମିଳିବା ପରେ ପୋଲିସ ଆଲର୍ଟ ମୋଡରେ ରହିଛି। ଖବର ପାଇବା ପରେ ବୋମା ନିଷ୍କ୍ରୟକାରୀ ଦଳ, ଆଣ୍ଟି ଟେରର ସ୍କାଡ ଓ ସନ୍ଧାନୀ କୁକୁର କୋର୍ଟ ପରିସରରେ ପହଞ୍ଚି ତଦନ୍ତ କରିଥିଲେ। ବର୍ତ୍ତମାନ ପୋଲିସ ଏହି ଇ-ମେଲ୍‌ ଆଇଡିକୁ ଯାଞ୍ଚ କରୁଛି।

Share