Advertisement

ପାଟଣା ବିଧାୟକ ଅଖିଳ ନାଏକ ଖେଳିଲେ ହୋଲି: କାମନା କଲେ ଅଞ୍ଚଳ ବାସୀଙ୍କ ସୁଖ ଶାନ୍ତି ସମୃଦ୍ଧି

ପାଟଣା ୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ଅଞ୍ଚଳରେ ହୋଲି ପର୍ବ ପାଇଁ ଶନିବାର ଉତ୍ସବମୁଖର ହୋଇଉଠିଛି। ଦିନ ୧୨ଟା ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଇଁ ସର୍ବତ୍ର ଉତ୍ସବ ମୁଖହୋଇପଡ଼ିଛି। ପରସ୍ପର ମଧ୍ୟରେ ଶୁଭେଛା ଆଦାନ ପ୍ରଦାନ, ମିଠା ଖୁଆ, ଅବିର ଲଗା ପର୍ବ ପାଳନହୋଇଥିଲା। ପାଟଣା ବଜାର ଓ ସାହାର ପଡ଼ା ସର୍ବେଶ୍ୱର ଶିବ ମନ୍ଦିର ନିକଟରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ପାଟଣା ନିର୍ବାଚନମଣ୍ଡଳୀର ଜନ ସାଧାରଣଙ୍କୁ ହୋଲି ପାଇଁ ଶୁଭେଛା ଜଣାଇବା ସହ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ଏଥି ସହ ସମର୍ଥକଙ୍କ ସହ ରଙ୍ଗ ଖେଳିଛନ୍ତି। ପାଟଣାରେ ବିଧାୟକଙ୍କ ସହ ସୁବ୍ରତ ଦ୍ବିବେଦୀ, ଯତୀନ୍ଦ୍ର କୁମାର ଦାଶ, ରଜନୀ କାନ୍ତ ମିଶ୍ର, ନିରଞ୍ଜନ ମହାନ୍ତ, କୃଷ୍ଣ ମହାନ୍ତ, ଅରୁଣ ବେଜ,ଭୂତ ମହାନ୍ତ , ପ୍ରକାଶ ଦାଶ, ସାମିଲ ହୋଇଥିବା ବେଳେ ସାହାର ପଡ଼ାରେ ପୂର୍ବତନ ବ୍ଲକ ଅଧକ୍ଷ ଗୌତମ ନାୟକ, ଜଗଦୀଶ ମହାନ୍ତ, ନିରୋଜ ମହାନ୍ତ, ଜଗେଶ୍ୱର୍‌ ମୁଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel