ଆନନ୍ଦେଶ୍ୱରଙ୍କ ଆଶୀର୍ବାଦ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଲେ ପାଟଣା ବିଧାୟକ

ପାଟଣା,୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ପାଟଣାସ୍ଥିତ ଆନନ୍ଦେଶ୍ୱର ଶିବ ମନ୍ଦିରରେ ସୋମବାର ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଆନନ୍ଦେଶ୍ୱର ଶିବ ମନ୍ଦିରରେ ପଣ୍ଡିତ ପର୍ଶୁରାମ ପଣ୍ଡା ବିଧାୟକଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିବା ପରେ ସେ ମନ୍ଦିର ପରିସରରେ ଥିବା ହନୁମାନ, ରାଧାକୃଷ୍ଣ ଶ୍ରୀରାମ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ କର୍ମୀମାନଙ୍କ ଠାରୁ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ। ଏହି ଅବସରରେ ବିଧାୟକ ନିଜ ପ୍ରତିକ୍ରିୟାରେ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ହେବା ସୁନିଶ୍ଚିତ। ଆମ କାର୍ଯ୍ୟ କର୍ତ୍ତାମାନେ ପଣ କରିଛନ୍ତି ବିଜେଡିକୁ ଏକ ତରଫା ବିଜୟୀ କରିବେ। ପାଟଣାର ଜନ ସାଧାରଣ ବିକାଶ ପଛରେ ରହିବେ। ବିଜେଡିକୁ ପୁନର୍ବାର ଆଶୀର୍ବାଦ କରିବେ।

ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ଭଞ୍ଜ, ପାଟଣା ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ଦୀପକ ରାଜ, ବଡ଼ ପାଟଣା ପଞ୍ଚାୟତ ବିଜେଡି ସଭାପତିି ମହେନ୍ଦ୍ର ମିଶ୍ର, ସମିତିସଭ୍ୟ ମୋହନ ସୁନ୍ଦର ମହାନ୍ତ, ବରିଷ୍ଠ ବିଜେଡି ନେତା ପ୍ରମୋଦ କୁମାର ଭଞ୍ଜ,ନିରଞ୍ଜନ ତ୍ରିପାଠୀ, ଅଯୋଧ୍ୟା ବେହେରା, ଅବସରପ୍ରାପ୍ତ ଅଧ୍ୟାପକ ଅନନ୍ତ ଚନ୍ଦ୍ର ମହାନ୍ତ, ସେନା ନିବୃତ କର୍ମଚାରୀ ଭରତ ଚନ୍ଦ୍ର ମହାନ୍ତ , ସଞ୍ଜିତ୍‌ ଚକ୍ର, ରଞ୍ଜନ ବେହେରା, ସତ୍ୟବ୍ରତ ଦାଶ,ଭାଗିରଥୀ ଦାଶ, ଦୀପକ ଭଞ୍ଜ, ସୁମିତ ପତି, ସନ୍ତୋଷ ତ୍ରିପାଠୀ, ଦିଲୁ ଭଞ୍ଜ, ପ୍ରୀତମ ପଣ୍ଡା, ଦେବାଶିଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Share