ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶୁଭାରମ୍ଭ କଲେ ପାଟଣା ବିଧାୟକ

ପାଟଣା,୨।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ଶିଶୁ ବାଟିକା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ସକାଳୁ ପାଟଣା ମୁଖ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟଳୟରେ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଫିତାକାଟି ଶୁଭାରମ୍ଭ କରିଥିଲେ। ପୂଜାର୍ଚ୍ଚନା ପୂର୍ବକ ବାଲ ବାଟିକାର ବିଦ୍ୟାର୍ଥୀମାନଙ୍କୁ ବିଧାୟକ ଅଖିଳ ଖଡ଼ିଛୁଆଁଇ ଆନୁଷ୍ଠାନିକ ଭାବେ ବିଦ୍ୟା ଶୁଭାରମ୍ଭ କରିଥିଲେ। ପୂଜକ ଭାବେ ପଣ୍ଡିତ ନବଘନ ଦାଶ ଓ କ୍ଷିରୋଦ ମିଶ୍ର ପ୍ରମୁଖ ନୀତିକାନ୍ତିରେ ପୂଜାଅର୍ଚ୍ଚନା କରିଥିଲେ। ଆୟୋଜିତ ସଭା ଶିକ୍ଷକ ସଂଘ ସମ୍ପାଦକ କମଳା କାନ୍ତ ପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ, ବିଡିଓ ମାନସ କୁମାର ଦଣ୍ଡପାଟ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ୨୩ନଂ ଜିଲା ପରିଷଦ ରୁନୁ ମହାନ୍ତ, ପଲାଣି ଘାଟି ସମିତି ସଭ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶନାଥ ନାୟକ, ସାମାଜିକ କର୍ମୀ ଅଜୟ କୁମାର ଦାଶ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳ୍ପତରୁ କର,ଏବିଓ ସଚିଦା ନନ୍ଦ ସେଠୀ, ବିଜୟ କୁମାର ଓଝା, ପ୍ରକାଶ ରାୟ, ପ୍ରମୁଖ ଯୋଗ ଦେଇ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଉତ୍ସବର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ନେତା ବୀର ମୋହନ ଦ୍ବିବେଦୀ, ସିଆରସିସି ସନ୍ତୋଷ ନାଏକ ଜ୍ୟୋତିର୍ମୟ ତ୍ରିପାଠୀ, ପ୍ରକାଶ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ପରେ ଶିକ୍ଷା ରଥକୁ ବିଧାୟକ ନାଏକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ତେବେ ଏହି ରଥ ପୂରା ବ୍ଲକ ପରିକ୍ରମା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

ଛାତ୍ରୀଛାତ୍ର ପାଳିଲେ ଧରିତ୍ରୀ ଦିବସ: ପ୍ଲାଷ୍ଟିକମୁକ୍ତ ପରିବେଶକୁ ଗୁରୁତ୍ବ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର...

ରଶି ଲଗାଇ ଜୀବନ ହାରିଲେ ନାବାଳିକା: ଗର୍ଭବତୀ ଥିବା ସନ୍ଦେହ

ପଡିଆ,୨୪ା୪ (ଭାସ୍କର ରାଓ): ରଶି ଲଗାଇ ଜଣେ ନାବାଳିକା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଏମଭି ୭୯...

ବିନା ଅନୁମତିରେ ଗଛ କଟାକୁ ନେଇ ଅସନ୍ତୋଷ

ନନ୍ଦପୁର,୨୪ା୪(ତୁଷାର କାନ୍ତ ମହାନ୍ତି)- ନନ୍ଦପୁର-ଲମତାପୁଟ ପୂର୍ତ୍ତବିଭାଗ ରାସ୍ତା କଡ଼ରୁ ବିନା ଅନୁମତିରେ ଗଛ କଟାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ, ବନମାଳୀପୁଟ...

ଜଙ୍ଗଲରେ ନିଆଁ: ଆୟତ୍ତ କଲେ ସ୍ବେଚ୍ଛାସେବୀ, ବନ କର୍ମଚାରୀ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା – ବଗେଇବିରା ଗ୍ରାମ୍ୟ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ବୈଷ୍ଣୋଦେବୀ...

ଆସିଲା ଖୁସି ଖବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ୱର,୨୪।୪: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶିକୁ ଗୁରୁବାର ବୃଦ୍ଧି କରିଛନ୍ତି। କନଷ୍ଟେବଲଙ୍କଠାରୁ ଆରମ୍ଭ...

ଅଧିକ ଯୌତୁକ ଦାବି କରି ନିର୍ଯ୍ୟାତନା , ଥାନାରେ ଏତାଲା

ହିଞ୍ଜିଳିକାଟୁ, ୨୪।୪(ଦ୍ବିତୀକୃଷ୍ଣ ପଣ୍ଡା): ବିବାହର ୧ ମାସ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଓ ଦିଅର ମିଶି ଶାରୀରିକ ଓ ମାନସିକ ନିର୍ଯ୍ୟାତନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image