ରାଷ୍ଟ୍ରକୁ ଉନ୍ନତିର ଶିଖରରେ ପହଞ୍ଚାଇବାକୁ ପାଟଣା ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ଗୁରୁବାର ୭୮ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ପତାକା ଉତ୍ତୋଳନ କରି ଭାରତକୁ ବିଶ୍ୱର ସର୍ବୋଚ୍ଚ ସ୍ଥାନକୁ ଉନ୍ନିତ କରିବାକୁ ସଂକଳ୍ପ ନେବାକୁ ସମବେତ ଛାତ୍ରୀଛାତ୍ର ଓ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ।

ପାଟଣା ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟାକୁ ଦୂର କରି ରାଜ୍ୟ ମାନଚିତ୍ରରେ ପାଟଣାର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାକୁ ଗୁରୁତର ଦେଇ କାର୍ଯ୍ୟ କରିବେ ବୋଲି କହିଥିଲେ। ସମବେତ ୨୯ଟି ପ୍ୟାରେଡ ଗ୍ରୁପରୁ ବିଧାୟକ ଅଭିବାଦନ ଗ୍ରହଣ କରିଥିଲେ। ବିଧାୟକଙ୍କ ସହ ବ୍ଲକ ଅଧକ୍ଷା ସୁକାନ୍ତି ନାଏକ, ବିଡ଼ିଓ ଶିବ ଶଙ୍କର ମୁର୍ମୁ, ଏବିଡିଓ ଚିତ୍ତରଞ୍ଜନ ନାୟକ, ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତ,ଏମପି ପ୍ରତିନିଧି ପ୍ରହ୍ଲାଦ ପଲେଇ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।
ଭାଜପା ନେତା କମଳା କାନ୍ତ ଦାଶ, ଦିଲୀପ କୁମାର ନାଏକ, ବିଜେଡି ବ୍ଲକ ସଭାପତି ମାଧବା ନନ୍ଦ ପୃଷ୍ଟୀ, ସାମାଜିକ କର୍ମୀ ଅଜୟ କୁମାର ଦାଶ, ଶିକ୍ଷାବିତ୍‌ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତି ଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ପାର୍ଥ ସାରଥି ବେଜ, କମଳା କାନ୍ତ ପତି, ସଂଯୋଜନା କରିଥିବା ବେଳେ ପ୍ୟାରେଡ କୁ ଶାନ୍ତନୁ କୁମାର ସାହୁ, କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ, ପ୍ରମୋଦ ଭଞ୍ଜ, ଶିକ୍ଷକ ସନ୍ତୋଷ ନାଏକ, ପ୍ରମୋଦ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ। ପାଟଣା ବ୍ଲକରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନ, ଭାରତୀ କୃଷ୍ଣ ଗଣିତ ପାଇଁ ଦେବାଶିଷ ଦାଶ, ସୁବ୍ରତ କୁମାର ମହାନ୍ତ, ଜନ୍ମଜୟ ମହାନ୍ତ ପ୍ରମୁଖଙ୍କୁ ବିଧାୟକ ଅଖିଳ ସମ୍ବର୍ଦ୍ଧିତ କରିଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା। ପାଟଣା ବ୍ଲକ ରେ ବ୍ଲକ ଅଧକ୍ଷ ସୁକାନ୍ତି ନାଏକ, ତହସିଲ ରେ ତହସିଲଦାର ଲୀଳାବତୀ ନାୟକ, ବ୍ଲକରେ ବ୍ଲକ ଅଧକ୍ଷା ସୁକାନ୍ତି ନାଏକ, ପାଟଣା କଲେଜ ଓ ସେଣ୍ଟ ଜାଭିୟର ସ୍କୁଲରେ ବିଧାୟକ, ପାଟଣା ଥାନାରେ ଥାନା ଅଧିକାରୀ ବିବତ୍ସ ପ୍ରଧାନ,ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଡାକ୍ତର ଶୁଭେନ୍ଦୁ ସାଗର କୁମାର ନାଏକ, ରେଞ୍ଜ ଅଫିସ ରେ ରେଞ୍ଜର ବନ ବିହାରୀ ସର୍ଦାର, ତୁରୁମୁଙ୍ଗା ଥାନାରେ ଭାର ପ୍ରାପ୍ତ ଥାନାଧିକାରୀ ହୃଷୀକେଶ ବେହେରା, ମୁକ୍ତିତୀର୍ଥ କ୍ଳବରେ ସଭାପତି ଭାଗୀରଥି ଦାଶ, ସରସୱତୀ ଶିଶୁ ବିଦ୍ୟାମନ୍ଦିରରେ ସଭାପତି ଅରବିନ୍ଦ ଦାଶ, ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ।